You are currently viewing ଶରୀର ପାଇଁ ଉପକାରୀ ମନ୍ଦାରଫୁଲର ଚା’

ଶରୀର ପାଇଁ ଉପକାରୀ ମନ୍ଦାରଫୁଲର ଚା’

ଫୁଲକୁ ସାଧାରଣତଃ ଠାକୁରଙ୍କ ପୂଜାରେ ଲଗାଯାଏ । କିନ୍ତୁ ସେହି ଫୁଲରେ ଅନେକ ଔଷଧିୟ ଗୁଣ ଥାଏ । ଯାହା ଆମ ଶରୀର ପାଇଁ ବେଶ୍ ଉପକାରୀ । ସେଥିପାଇଁ ଆଜି ଜାଣିବା ମନ୍ଦାର ଫୁଲର ଚା’ ଆମ ଶରୀର ପାଇଁ କେତେ ଉପକାରୀ । ମନ୍ଦାର ଫୁଲର ପତ୍ରକୁ ଶୁଖାଇ ଏହାକୁ ଚା’ କରି ପିଇ ପାରିବେ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ଏଥିରେ ମହୁ ମିଶାଇ ମଧ୍ୟ ଏହାକୁ ପିଇପାରିବେ।ଏହାଅନ୍ୟାନ୍ୟ ପ୍ରକାରର ଶାରୀରିକ ସଂକ୍ରମଣରୁ ଦୂରେଇ ରହିପାରିବେ। ମନ୍ଦାରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାସହିତ ମନ୍ଦାର ଫୁଲରେ ତିଆରି ହର୍ବାଲ୍ ଚା’ ବି ବ୍ଲଡ୍‌ ଭେସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ମନ୍ଦାର ଫୁଲର ଚା’ ସେବନ କରିପାରିବେ। ମନ୍ଦାର ଚା’ରେ ଏମିଲେଜ୍ ଏନଜାଇମ୍ ଥାଏ, ଯେଉଁ କାରଣରୁ ଶରୀରରେ ସୁଗାର ଏବଂ ଷ୍ଟାର୍ଚର ମାତ୍ରା ନିୟନ୍ତ୍ରଣରେ ରହିଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ମନ୍ଦାର ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟସ୍‌ ମାନସିକ ସମସ୍ୟାରେ ଲାଭଦାୟକ ହୋଇଥାଏ। ମନ୍ଦାରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଭଲ ନିଦ ଦେଇଥାଏ ଏବଂ ଚାପରୁ ମୁକ୍ତି ମିଳିଥାଏ। ଏହି ଚା’ ପିଇବା ଦ୍ୱାରା ମୁଡ୍‌ ଭଲ ରହିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି। ମିନେରାଲ୍ସରେ ଭରପୂର ମନ୍ଦାର ଚା’ କେଶକୁ ମଜଭୁତ କରିବାରେ ବେଶ୍‌ ଉପଯୋଗୀ ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।