You are currently viewing କୋଲେଷ୍ଟ୍ରଲ କମ୍ କରେ ମହୁ-ରସୁଣ

କୋଲେଷ୍ଟ୍ରଲ କମ୍ କରେ ମହୁ-ରସୁଣ


ମହୁ-ରସୁଣ ନିଜର ଆଣ୍ଟି-ବାୟୋଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଲାଗି ଜଣା ଯାଏ । ଆୟୁର୍ବେଦରେ ରସୁଣକୁ ଏକ ଔଷଧର ଭାବରେ ବିବେଚନା କରାଯାଏ । ରସୁଣରେ ଆଲିସିନ୍ ଏବଂ ଫାଇବରର ଉପସ୍ଥିତି ଯୋଗୁଁ ଶରୀରକୁ ବିଭିନ୍ନ ପୋଷକତ୍ତତତ୍ୱ ଯୋଗାଏ । ଏଥିରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମଧ୍ୟ ଅଛି । ରସୁଣରେ ଭିଟାମିନ ବି୧,ବି୬ ଏବଂ ସି ସହିତ ମାଙ୍ଗାନିଜ, କ୍ୟାଲସିୟମ,ସେଲେନିୟମ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଅଛି । ଆୟୁର୍ବେଦ ଅନୁଯାୟୀ ସକାଳେ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । ଏହା ଆପଣଙ୍କୁ ମଧୁମେହ ନିୟନ୍ତ୍ରଣ କରିବା,ଇମ୍ୟୁନିଟିକୁ ମଜବୁତ କରିବା, ଏବଂ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ମହୁ ମଧ୍ୟ ଆଣ୍ଟିବାୟୋଟିକ ଭାବରେ କାମ କରିଥାଏ ଏବଂ ଶରୀରକୁ ଡିଟାକ୍ସ କରି ସମସ୍ତ ପ୍ରକାର ସଂକ୍ରମଣକୁ ମଧ୍ୟ ଦୂର କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ କରେ । ମହୁରେ ମିଶିଥିବା ରସୁଣ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇ ପାରିବେ ।
ମହୁ ଏବଂ ରସୁଣ ଏକାଠି ଖାଇବା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ । ଏହି ଦୁଇଟିର ଆଣ୍ଟିବ୍ୟାକ୍ଟେରିଆଲ ଗୁଣଯାହା ଫଙ୍ଗଲ ସଂକ୍ରମଣ ଦୂର କରେ । ତେବେ ଆସନ୍ତୁ ଜାଣିବା ମହୁ ରସୁଣ ଖାଇବା ଦ୍ୱାରା କେଉଁ କେଉଁ ରୋଗ ଦୂର ହୁଏ?


୧.ଡାଇରିୟା: ଯଦି ଆପଣ ବାରମ୍ବାର ଡାଇରିୟା ଜନିତ ସମସ୍ୟା ଭୋଗୁଛନ୍ତି ତେବେ ମହୁ ଏବଂ ରସୁଣ ପେଷ୍ଟ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ସଠିକ ଭାବରେ କାମ କରେ । ଯେଉଁଥିରେ ଆପଣଙ୍କ ପେଟ ସମ୍ବନ୍ଧୀୟ ସଂକ୍ରମଣ ହୋଇନଥାଏ ।


୨.ଗଳା ଯନ୍ତ୍ରଣା: ଏହି ମିଶ୍ରଣକୁ ଖାଇଲେ ଅନେକ ଲାଭ ମିଳିଥାଏ । ଏହାର କାରଣ ହେଉଛି ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଯେଉଁଥି ପାଇଁ ଏହାକୁ ଖାଇଲେ ଗଳା ଯନ୍ତ୍ରଣା ଏବଂ ଫୁଳିବା ଠାରୁ ମୁକ୍ତି ପାଇପାରିବେ ।


୩.ହୃଦୟକୁ ସୁସ୍ଥ ରଖେ: ମହୁ ଏବଂ ରସୁଣ ପେଷ୍ଟ ଖାଇବା ଆପଣଙ୍କ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ହୃଦୟର ଧମନୀରେ ଗଚ୍ଛିତ ଚର୍ବୀବାହାରିଥାଏ । ଯେଉଁ କାରଣରୁ ରକ୍ତ ସଞ୍ଚାଳନ ସଠିକ ଭାବରେ କାମ କରେ ।

୪. କୋଲେଷ୍ଟ୍ରଲ କମ୍ କରେ: ମହୁ ଏବଂ ରସୁଣକୁ ଏକାଠି ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମିଯାଏ ଏବଂ ଶରୀରର ସଞ୍ଚାଳନ ଠିକ ରହିଥାଏ । ଯଦି ଆପଣ ଏହାକୁ ଖାଆନ୍ତି ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ ।
୫. ଶରୀରର ଆଭ୍ୟନ୍ତରୀଣ ସଫା କରେ: ଏହା ଏକ ପ୍ରାକୃତିକ ଡିଟକ୍ସ । ଏହାକୁ ଖାଇବା ଦ୍ୱାରା ଶରୀର ଭିତରୁ ସଫା ହୋଇଯାଏ ।ଯେଉଁଥିପାଇଁ ଆପଣ ସୁସ୍ଥ ରହନ୍ତି । ଏଥିରେ ଥିବା ଫସଫରସ୍ ଦାନ୍ତକୁ ଶକ୍ତିଶାଳୀ କରିଥାଏ । ଦାନ୍ତ ସହ ଜଡିତ ଅନେକ ସମସ୍ୟା ଦୂର କରିବା ପାଇଁ ମହୁ ଏବଂ ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ କମ୍ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।