You are currently viewing ଡାଇବେଟିସ ରୋଗୀଙ୍କ ପାଇଁ ଲବଙ୍ଗର ଫାଇଦା

ଡାଇବେଟିସ ରୋଗୀଙ୍କ ପାଇଁ ଲବଙ୍ଗର ଫାଇଦା

ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଡାଇବେଟିସ ଭଳି ରୋଗ ସହ ଅନେକ ଲୋକ ଲଢୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ମଧ୍ୟ କରୁଥିଲେ ମଧ୍ୟ ଏଥିରୁ ମୁକ୍ତି ପାଇପାରୁନାହାନ୍ତି । କିନ୍ତୁ ଆପଣ ଜାଣିଥିବେ ଆମ ରୋଷେଇ ଶାଳାରେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲବଙ୍ଗର ବ୍ୟବହାର କରାଯାଏ । କୁହାଯାଏକି ଲବଙ୍ଗ ଖାଇବା ଦ୍ୱାରା ଲିଭର, ବ୍ଲଡଶୃଗାରର ଲେବଲ ଏପରି ଅନେକ ରୋଗରୁ କୁମ୍‌ତି ମିଳିଥାଏ । ଲୋକମାନେ ଏହି ଲବଙ୍ଗକୁ ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରନ୍ତି । ତେବେ ଚାଲନ୍ତୁ ଜାଣିବା ଲବଙ୍ଗରୁ ଆମକୁ କ’ଣ କ’ଣ ଫାଇଦା ମିଳିଥାଏ ।
ମଧୁମେହରୁ ମୁକ୍ତି ଦେବ ଲବଙ୍ଗ : ଡାଇବେଟିଜରୁ ମଧ୍ୟ ଲବଙ୍ଗ ବହୁ ମାତ୍ରାରେ ଫାଇଦା ଦେଇଥାଏ । କଥାଅଛି କି ଲବଙ୍ଗରେ ନାଇଜୋରସିନ ଥାଏ । ଯାହା ବ୍ଲଡ ଶୃଗାରକୁ କଣ୍ଟ୍ରୋଲ ରଖେ । ଡାଇବେଟିଜ ରୋଗୀଙ୍କୁ ମଧୁମେହର ସେବନ କରିବା ନିହାତି ଆବଶ୍ୟକ ।
ଲବଙ୍ଗରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏହା ଖାଇବା ଦ୍ୱାରା ସଂକ୍ରମଣ ଏବଂ ବ୍ୟାକ୍ଟେରିଆରୁ ମୁକ୍ତି ମିଳିଥାଏ । ଏôତରେ ଯୁଜେନାଲ ନାମକ ଫାଇଟ୍ରୋକେମିକାଲ ଥାଏ । ଯାହା ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରେ ।
ଲବଙ୍ଗରୁ ମିଳିଥାଏ ମୁକ୍ତି : ଲବଙ୍ଗରେ ଯୁଜେନାଲ ଥିବା ହେତୁ ଏହା ଆପଣଙ୍କ ଲିବରକୁ ସଫା ରଖିଥାଏ । ଲିବର ରୋଗରେ ପୀଡିତ ଥିବା ବ୍ୟକ୍ତି ଲବଙ୍ଗ ଖାିବା ଜରୁରୀ ହୋଇଥାଏ । ଦରକାର ପଡିଲେ ଆପଣ ଖାଦ୍ୟରେ ମଧ୍ୟ ଲବଙ୍ଗର ବ୍ୟବହାର କରି ଖାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।