You are currently viewing ରୁପି ସମସ୍ୟା ପାଇଁ ଚିନ୍ତିତ କି? ଆପଣାନ୍ତୁ  ଏହି ଘରୋଇ ଉପଚାର

ରୁପି ସମସ୍ୟା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତଦିନେରେ ତ୍ୱଚା ଫାଟିବା  ସହ କେଶ ଝଡିବା ଅନେକ ସମସ୍ୟା  ଆଦି ଦେଖାଯାଏ । ସେହିପରି ଶୀତଦିନେରେ କେଶରେ ରୁପି  ସମସ୍ୟା  ମଧ୍ୟ ହୋଇଥାଏ ।   ଯାହା ବହୁ କଷ୍ଟ ଦାୟକ ଅଟେ । ମୁଣ୍ଡରେ ରୁପି ହେଲେ ତ୍ୱଚା କୁଣ୍ଡେଇ ହୋଇଥାଏ  ଯାହାଫଳରେ ରୁପି ସବୁ ଝଡି ଡ୍ରେସ ରେ ପଡିଥାଏ ।  ଏହାଦ୍ୱାରା କେଶ ନିଷ୍ଟ ହେବା ସହ ବହୁ ସମସ୍ୟା  ସୃଷ୍ଟି ହୋଇଥାଏ ।

 କେଶରେ ରୁପି ହେବାର  ଅନ୍ୟତମ କାରଣ ହେଉଛି ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସର ଅଭାବ । ଯଦି ତୁମେ ଶୀତଦିନେ ରୁପି  ସମସ୍ୟା ହେଉଛି   , ତେବେ ତୁମେ ଘରୋଇ ଉପଚାର ସହିତ ସହଜରେ ଏଥିରୁ ମୁକ୍ତି ପାଇପାରିବ ।ଆସନ୍ତୁ ଜାଣିବା ରୁପିରୁ  ମୁକ୍ତ  ପାଇବା ପାଇଁ ଘରୋଇ ଉପଚାର ।

୧.ଘିକୁଆଁରୀ: କେଶ ପାଇଁ ଆଲୋ ଭେରା ଅତ୍ୟନ୍ତ ଉପଯୋଗୀ ।ଆପଣ ନିଜ କେଶରେ ଆଲୋ ଭେରା ଜେଲ୍ ଲଗାଇ ପାରିବେ ।ଆପଣଙ୍କ  କେଶର ମୂଳରେ ଆଲୋ ଭେରା ରସ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ । ପରେ କେଶ ଧୋଇ ଦିଅନ୍ତୁ ।

୨.ନଡିଆ ତେଲ : ନଡିଆ ତେଲ କେଶକୁ ପୋଷଣ ଦେଇଥାଏ । ନଡ଼ିଆ ତେଲରେ ଅଳ୍ପ କର୍ପୂର ପାଉଡର ମିଶାଇ ଏକ ମାସ ପାଇଁ ଲଗାନ୍ତୁ ।ଏହା ରୁପି ସମସ୍ୟାକୁ ଶେଷ କରିଦେବ । ଆହୁରି ମଧ୍ୟ, କେଶ ଶକ୍ତିଶାଳୀ ଏବଂ ଧଳା ହୋଇନଥାଏ ।

୩.ଦହି:  ରୁପିରୁ ମୁକ୍ତି ପାଇବା ପାଇଁ ପୁରାତନ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଦହିର ବ୍ୟବହାର ।କେଶର ମୂଳରେ  ଦହି ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ । ପରେ କେଶ ଧୋଇ ଦିଅନ୍ତୁ ।

୪.ନିମ୍ବ ତେଲ: ନିମ୍ବ ତେଲରେ ଭିଟାମିନ୍ ଇ ମିଳିଥାଏ । ଶରୀରର ସମସ୍ତ ପ୍ରକାର ସମସ୍ୟା ପାଇଁ ନିମ୍ବ ଉପକାରୀ ଅଟେ । ନିମ୍ବ  ତେଲରେ କର୍ପୂର  ମିଶାଇ ଲଗାନ୍ତୁ । ଏହି ପ୍ରକ୍ରିୟାକୁ ପୁନରାବୃତ୍ତି କରିବା ଦ୍ୱାରା ଦୁଇ ସପ୍ତାହ ମଧ୍ୟରେ ରୁପିରୁ ମୁକ୍ତି ମିଳିବ ।ଆପଣ ଅଲିଭ୍ ତେଲରେ ନିମ୍ବ ମଧ୍ୟ ମିଶାଇ ଏହାକୁ କେଶର ମୂଳରେ ଲଗାଇ ଏକ ଘଣ୍ଟା ପରେ କେଶ ଧୋଇ ପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।