You are currently viewing ରୋଗ ଦୂର କରେ ଦୁଦୁରା ପତ୍ର; ଜାଣନ୍ତୁ, କିପରି

ରୋଗ ଦୂର କରେ ଦୁଦୁରା ପତ୍ର; ଜାଣନ୍ତୁ, କିପରି

ହିନ୍ଦୁ ଧର୍ମରେ ଦୁଦୁରା ଫୁଲର ବିଶେଷ ମହତ୍ୱ ରହିଛି । ଏହି ଫୁଲ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଆମେ ଏହି ଫୁଲକୁ ସବୁବେଳେ ଶିବଙ୍କ ଉପରେ ଚଢେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଏହି ଗଛର ପତ୍ର ମଧ୍ୟ ଆୟୁର୍ବେଦରେ ବହୁ ପରିମାଣରେ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଦୁଦୁରା ଗଛର ପତ୍ରରେ ଥିବା ଉପକାରିତା ସମ୍ପର୍କରେ ।

ଯଦି ଆପଣଙ୍କ କାନରେ ଯନ୍ତ୍ରଣା କିମ୍ବା କୌଣସି ସମସ୍ୟା ଥାଏ, ତେବେ ଆପଣ ଦୁଦୁରା ପତ୍ରର ବ୍ୟବହାର କରିପାରିବେ । ଏଥିରେ ଥିବା ଏଂଟି ଇନଫ୍ଲେମେଂଟ୍ରି ଏବଂ ଏଂଟିସେପ୍ଟିକ ଗୁଣ କାନ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ।

ଦ୍ୱିତୀୟତଃ ଦୁଦୁରାରେ ପ୍ରଚୁର ପରିମାଣର କ୍ୟାଲିସିୟମ ରହିଥାଏ । ଏହାର ରସ ଗଣ୍ଠିରେ ମାଲିସ କରିବା ଦ୍ୱାରା ହାଡ ମଜବୁତ ହୋଇଥାଏ ।

ସେହିପରି ଦୁଦୁରା ପତ୍ରର ପେଷ୍ଟ ବନେଇ ଶରୀରରେ ଫୁଲିଥିବା ଅଂଶରେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ । ଏହାଦ୍ୱାରା ଆଘାତ ଲାଗିଥିବା ସ୍ଥାନରେ ଫୁଲାକୁ ମଧ୍ୟ ଦୂର କରାଯାଇପାରେ ।

ଯଦି ଆପଣଙ୍କର ବହୁ ପରିମାଣରେ କେଶ ଝଡୁଥାଏ, ତେବେ ଦୁଦୁରା ରସକୁ ସେହି ସ୍ଥାନରେ ଲଗାଇବା ଦ୍ୱାରା କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳଥାଏ ।

ସେହିପରି ଶରୀରରେ ହେଉଥିବା ଯେକୌଣସି ଦରଜକୁ ଦୂର କରିବା ପାଇଁ ଦୁଦୁରାକୁ ବାଟି ସେହି ସ୍ଥାନରେ ଲଗାଇବା ଦ୍ୱାରା ଦରଜ ଖୁବଶୀଘ୍ର ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।