conch

ମାର୍ଗଶିର ମାସରେ ଏପରି କରନ୍ତୁ ଶଙ୍ଖ ପୂଜା, ଦୂର ହେବ ଗ୍ରହ ଦୋଷ

ବର୍ତ୍ତମାନ ଆରମ୍ଭ ହୋଇସାରିଛି ମାର୍ଗଶିର ମାସ । ଏହି ମାସ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୧୯ ତାରି ପର‌୍ୟ୍ୟନ୍ତ ରହିବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହା ବର୍ଷର ନବମ ମାସ । ମାର୍ଗଶିର ମାସରେ ମୃଗଶିରା ନକ୍ଷତ୍ର ହୋଇଥିବାରୁ ଏହାକୁ ମାର୍ଗଶିର ମାସ କୁହାଯାଇଥାଏ । ହିନ୍ଦୁ ଧର୍ମଶାସ୍ତ୍ରରେ ମାର୍ଗଶିର ମାସର ବିଶେଷ ମହିମା ଉଲ୍ଲେଖ କରାଯାଇଛି । ଏହି ମାସକୁ ସମସ୍ତ ମାସ ମଧ୍ୟରେ ଉତ୍ତମ ଏବଂ ପବିତ୍ର ତଥା ବିଶେଷ ପୁଣ୍ୟଦାୟୀ ବୋଲି କୁହାଯାଇଥାଏ । ମାର୍ଗଶିର ମାସରେ ଭଗବାନ କୃଷ୍ଣଙ୍କ ଉପବାସ କରିବା ବିଶେଷ ମହତ୍ତ୍ୱ ରଖିଥାଏ ବୋଲି ମଧ୍ୟ କୁହାଯାଇଥାଏ । ଶ୍ରୀମଦ୍ ଭାଗବତ ପୁରାଣ ଏବଂ ସ୍କନ୍ଧ ପୁରାଣରେ ମଧ୍ୟ ମାର୍ଗଶିର ମାସର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି । ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ମଧ୍ୟ ପ୍ରକଟ ହୋଇଥିଲା । ସେହିଭଳି ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ର ଦେବଙ୍କ କନ୍ୟା ଏବଂ ଶଙ୍ଖଙ୍କୁ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଥାଏ । ଏହି କାରଣରୁ ମାର୍ଗଶିର ମାସରେ ସୁଖ-ଶାନ୍ତି ଲାଭ ପାଇଁ ଘରେ ଶଙ୍ଖ ପୂଜା କରାଯାଇଥାଏ । ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯଦି ମାର୍ଗଶିର ମାସରେ ଏହିସବୁ ଉପାୟ ପାଳନ କରି ଶଙ୍ଖ ପୂଜା କରାଯାଏ ତେବେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶଙ୍ଖ ପୂଜା କରିବା ସମୟରେ କେଉଁ ମନ୍ତ୍ର ଜପ କରିବା ସହ ପୂଜା କରିବାର ନିୟମ ।

bishnu

ଶଙ୍ଖ ପୂଜା ବିଧି:

ମାର୍ଗଶିର ମାସରେ ସକାଳୁ ଉଠି ନିତ୍ୟକର୍ମ ସାରି ସ୍ୱଚ୍ଛ ବସ୍ତ୍ର ପରିଧ୍ୟାନ କରନ୍ତୁ । ଏହାପରେ ଘରର ମନ୍ଦିରରେ ଏକ ଖଟୁଲି ରଖନ୍ତୁ । ଏବେ ଏହି ଖଟୁଲି ଉପରେ ଏକ ପାତ୍ର ରଖି ତା’ଉପରେ ଶଙ୍ଖ ରଖନ୍ତୁ । ଏବେ ଏହି ଶଙ୍ଖକୁ କ୍ଷୀର ଏବଂ ଜଳରେ ସ୍ନାନ କରାନ୍ତୁ । ଏବେ ଏକ ସଫା କପଡ଼ାରେ ଶଙ୍ଖୁ ପୋଛି ଖଟୁଲିରେ ରଖି ଦିଅନ୍ତୁ । ଏବେ ଶଙ୍ଖ ଉପରେ କ୍ଷୀର-କେଶର ଏବଂ ମିଶ୍ରିରେ ଶ୍ରୀ ଲେଖନ୍ତୁ । ଏବେ ଏଥିରେ ସିନ୍ଦୁର ଲଗାଇ ଫୁଲ ଅର୍ପଣ କରିବା ପରେ ଦୀପ ଲଗାନ୍ତୁ ।

ଶଙ୍ଖ ପୂଜନ ସହ ଯଦି ଆପଣ ପିତୃ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ପାଣଇ ପିଇବା ସ୍ଥାନରେ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ରଖନ୍ତୁ । ଏହା ବ୍ୟତୀତ ଯଦି ଆପଣ ଶୁକ୍ର ଦୋଷରେ ପୀଡ଼ିତ ହୋଇଥାନ୍ତି ତେବେ ଆପଣ ଏକ ଧଳା ରଙ୍ଗର କପଡାରେ ଧଳା ଶଙ୍ଖ, ଚାଉଳ ରଖି ନଦୀରେ ଭସାଇ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।