You are currently viewing ସର୍ବଦା ଚାପରେ ରହୁଛନ୍ତି,ଆପଣାନ୍ତୁ ଏହି ଉପାୟ

ସର୍ବଦା ଚାପରେ ରହୁଛନ୍ତି,ଆପଣାନ୍ତୁ ଏହି ଉପାୟ

ଆଜିକାଲିର ଲାଇଫ ଷ୍ଟାଇଲ ଯୋଗୁ ଆଜିକାଲି ଅଧିକାଂଶ ଲୋକେ ଅବସାଦ ଓ ଚାପରେ ଗତି କରୁଛନ୍ତି । ଚାପ ସରିବା ପରେ ଶରୀର ପୁଣି ସାଧାରଣ ସ୍ଥିତିକୁ ଚାଲି ଆସିଥାଏ । ଯଦି ଆପଣଙ୍କୁ ସର୍ବଦା ଚାପରେ ରହିବାକୁ ପଡୁଛି, ଯାହା ଏକ ପ୍ରକାର ରୋଗ ଭାବେ ଉଭାହୋଇଥାଏ । ଏହାକୁ କ୍ରନିକ ଚାପ ବୋଲି କୁହାଯାଇଥାଏ । ତେବେ ଏହି କ୍ରନିକ ଚାପରୁ ମୁକୁଳିବା ପାଇଁ ଆମେ କିଛି ଏମିତି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କୁ ବହୁତ ଲାଭ ଦେବ । ଆସନ୍ତୁ ଜାଣିବା ଚାପ କିପରି ଦୂର କରିବେ ।

ସର୍ବ ପ୍ରଥମେ ଚାପର କାରଣ ଚିହ୍ନନ୍ତୁ । କିଛି ଲୋକଙ୍କୁ ଚାପ ଆସିଲେ ମୁଣ୍ଡ ବିନ୍ଧା ହୋଇଥାଏ । କିଛି ଲୋକ ଚାପରେ ଦୁଃଖ ବା ଅବସାଦ ଅନୁଭବ କରିଥାନ୍ତି । ଯଦି ଏପରି ବାରମ୍ବାର ହେଉଛି ତେବେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ ।

ଚିନ୍ତାରୁ ବଂଚିବା ପାଇଁ ମେଣ୍ଟାଲ ହେଲ୍‌ଥ ଉପରେ ଧ୍ୟାନ ଦିଅନ୍ତୁ । ଭଲ ଖାଦ୍ୟ ଓ ନିଦ୍ରା ଯାଆନ୍ତୁ । ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ଏହି ନିୟମ ସବୁ ପ୍ରକାର ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।

ଚିନ୍ତାରୁ ଦୂରରେ ରହିବା ପାଇଁ ଆପଣ ସର୍ବଦା ପଜିଟିଭ କଥା ଭାବନ୍ତୁ ।

 ଚିନ୍ତାରୁ ବାହାରିବାର ଅନ୍ୟ ଏକ ଭଲ ଉପାୟ ହେଉଛି ନିଶ୍ୱାସ ନେବା ପ୍ରକ୍ରିୟା ବା ବ୍ରିଦିଂ ଏକ୍ସରସାଇଜ । ଅଧିକ ଟେନସନ ଆସିଲେ ଜୋର ଜୋର ପ୍ରଶ୍ୱାସ ନିଅନ୍ତୁ ।

 ସର୍ବଦା ଯୋଜନା ସହ କାମ କରନ୍ତୁ । ଜୀବନରେ ଅଧେ ଚିନ୍ତା ହେଉଛି ଜଣେ ଅନ୍ୟ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରିବା । କାମ ପ୍ରେସର ମଧ୍ୟ ଆଉ ଏକ ଚିନ୍ତାର କାରଣ । ତେଣୁ ଯୋଜନା ବନାଇ କାମ କରନ୍ତୁ ।

 

 

ଅନ୍ୟମାନଙ୍କୁ ଜଣାନ୍ତୁ।