You are currently viewing ବର୍ଷା ଦିନେ ଦହିକୁ କରନ୍ତୁ ନା, ନଚେତ୍ ଦେଖାଦେଇପାରେ ଏ ସମସ୍ୟା

ବର୍ଷା ଦିନେ ଦହିକୁ କରନ୍ତୁ ନା, ନଚେତ୍ ଦେଖାଦେଇପାରେ ଏ ସମସ୍ୟା

ଦହି ଏକ ଏଭଳି ଖାଦ୍ୟ ଯାହାକୁ ଅଧିକାଂଶ ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ଵାସ୍ଥ୍ୟ ପାଇଁ ଭଲ ବୋଲି ବିଶ୍ବାସ କରାଯାଏ। ଏହା ଶରୀରରେ କ୍ୟାଲସିୟମର ଆବଶ୍ୟକତା ପୂରଣ କରେ। କୁହାଯାଏ ଯେ ଯେଉଁମାନେ କ୍ଷୀର ହଜମ କରିପାରନ୍ତି ନାହିଁ, ସେମାନେ ଦହି ଖାଇ ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବେ । ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟରେ ନିୟମିତ ରୂପେ ଦହି ସାମିଲ କରିବା ଉଚିତ । ତେବେ ଏହି ଦହି ବେଳେ ବେଳେ ଆମ ପାଇଁ ମାରାତ୍ମକ ହୋଇପାରେ। ବିଶେଷ କରି ବର୍ଷା ଦିନେ ଦହି ଖାଇବା ଅର୍ଥ ରୋଗକୁ ନିମନ୍ତ୍ରଣ କରିବା।

ବର୍ଷା ଦିନେ ଦହି ଖାଇବା ଦ୍ଵାରା କ’ଣ ସବୁ ଅସୁବିଧା ହୁଏ ?

ଆୟୁର୍ବେଦ ଅନୁଯାୟୀ, ବର୍ଷା ଦିନେ କୌଣସି ବି ଦୁଗ୍ଧ ଜାତୀୟ ଖାଦ୍ୟ ଅଧିକ ଖାଇବା ଉଚିତ ନୁହେଁ । ଏଥରେ ଦହି ମଧ୍ୟ ସାମିଲ । ବର୍ଷା ଦିନେ ଦୁଗ୍ଧ ଜାତୀୟ ଖାଦ୍ୟରେ ଅଧିକ ଜୀବାଣୁ ଉତ୍ପନ୍ନ ହୋଇଥାଏ। ଏପରି ପରିସ୍ଥିତିରେ, ଦହି ଖାଇବା ଦ୍ଵାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ। ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ, ଏହି ଋତୁରେ ଦହି କିମ୍ବା ଏଥୁରୁ ପ୍ରସ୍ତୁତ କିଛି ବି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଦହି ଏକ ବିଳମ୍ବରେ ହଜମ ହେଉଥିବା ଖାଦ୍ୟ। ବର୍ଷା ଋତୁରେ ମଣିଷର ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ଏପରି ପରିସ୍ଥିତିରେ, ଦହି ଖାଇବା ଦ୍ଵାରା ଏହା ହଜମ ହେବାରେ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ, ହଜମ ପ୍ରକ୍ରିୟା ସହିତ ଜଡିତ ଅନେକ ସମସ୍ୟା ଦେଖାଇଦେଇପାରେ। ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବା ଆର୍ଥ୍ରାରାଇଟିସ୍ ସମସ୍ୟା ଥାଏ, ସେମାନେ ବର୍ଷା ଦିନେ ଦହି ଖାଇବା ଠାରୁ ଦୂରେଇ ରହିବା ଉଚିତ। ଦହିର ମାନକ ଥଣ୍ଡା ଥିବା ଯୋଗୁଁ, ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆହୁରି ବଢ଼ାଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।