You are currently viewing ପ୍ରଦୂଷଣ କାରଣରୁ ଏହି ଜୀବମାନେ ହରାଇଛନ୍ତି ବାସସ୍ଥାନ
A view shows a walrus haulout on the Kara Sea coastline on the Yamal Peninsula, Russia, in this still image from a handout video taken between October 21-24, 2020. Video taken between October 21-24, 2020. Yamalo-Nenets Autonomous Region Government Press Service/Handout via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. NO RESALES. NO ARCHIVES. MANDATORY CREDIT. - RC2QXJ9517WP

ପ୍ରଦୂଷଣ କାରଣରୁ ଏହି ଜୀବମାନେ ହରାଇଛନ୍ତି ବାସସ୍ଥାନ

ଦୁନିଆର ସବୁଠାରୁ ଥଣ୍ଡା ଜାଗାରେ ରହୁଥିବା ପ୍ରାଣୀ ଏବେ ଶରଣାର୍ଥୀ ହୋଇଯାଇଛନ୍ତି । ଏହି ପ୍ରାଣୀ ମାନଙ୍କୁ ଏବେ ଆଶ୍ରୟ ନେବା ପାଇଁ ସ୍ଥାନ ଖୋଜିବାକୁ ପଡୁଛି । ଋଷର ବୈଜ୍ଞାନିକ ମାନେ ୱାଲରସ ନାମକ ପ୍ରାଣୀ ମାନଙ୍କର ଏକ ବଡ କଲୋନୀକୁ ଆବିଷ୍କାର କରିଛନ୍ତି ଯେଉଁମାନେ କି ନିଜ ସ୍ୱସ୍ଥାନଠାରୁ ଦୂରେଇ ଯାଇଛନ୍ତି । ସେମାନ ରହିବା ପାଇଁ ଏବେ ସ୍ଥାନ ଖୋଜୁଛନ୍ତି । ଏହି ଗୋଷ୍ଠୀରେ ପ୍ରାୟ ୩୦୦୦ ୱାଲରସ ଅଛନ୍ତି ।


ଜାଣନ୍ତୁ କ’ଣ ପାଇଁ ଏହି ପ୍ରାଣୀ ମାନେ ନିଜ ବାସସ୍ଥାନଠାରୁ ଦୂରରେ ରହୁଛନ୍ତି ?

ବୈଜ୍ଞାନିକ ମାନେ ପ୍ରାୟ ୩୦୦୦ ୱାଲରସ ମାନଙ୍କୁ ୟମଲ ଦ୍ୱୀପର ଏକ ଶାନ୍ତ ଇଲାକାରେ ଦେଖିବାକୁ ମିଳିଛି । ଏମାନେ ସେଠାରେ ନିଜର ସାମାଜିକ ବସତି ସ୍ଥାପନ କରୁଥିବାର ଦେଖାଯାଇଛି । ଏମାନେ ସାଧାରଣତଃ କର ସାଗରରେ ଭାସୁଥିବା ବରଫ ଖଣ୍ଡ ଉପରକୁ ଯାଆନ୍ତି କିନ୍ତୁ ଏବେ ଏମାନେ ନିଜ ସ୍ୱସ୍ଥାନଠାରୁ ୬୦୦ କିମି ଦୂରକୁ ଆସିଯାଇଛନ୍ତି ।


ଆର୍କଟିକ୍ ସର୍କଲ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ କହିଛନ୍ତି ଯେ, ଜୀବମାନେ ପ୍ରଜନନ କିମ୍ବା ସାମାଜିକ ସହଯୋଗ ପାଇଁ କର ସାଗରରେ ଉପସ୍ଥିତ ବରଫ ଖଣ୍ଡକୁ ଯାଉଥିଲେ । କିନ୍ତୁ ଏବେ ସେମାନେ ଉପକୂଳକୁ ଆସି ଯାଇଛନ୍ତି । କାରଣ ହେଉଛି, କର ସାଗରରେ ଏତେ ବଡ଼ ସମୁଦ୍ର ବରଫ ନାହିଁ ଯେଉଁଠାରେ ସେମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମାଜିକ ଜୀବନ ବିତାଇ ପାରିବେ । ସେଥିପାଇଁ ଏହି ଜୀବମାନେ ପ୍ରକୃତ ବାସସ୍ଥାନଠାରୁ ଦୂରକୁ ଚାଲି ଆସିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।