You are currently viewing ସୌନ୍ଦର୍ଯ୍ୟ ତ୍ୱଚା ପାଇଁ ରସୁଣ

ସୌନ୍ଦର୍ଯ୍ୟ ତ୍ୱଚା ପାଇଁ ରସୁଣ

ପ୍ରତ୍ୟେକଙ୍କ ରୋଷେଇ ଘରେ ରସୁଣ ଏକ ସାଧାରଣ ଜିନିଷ । ଯାହା ଆମ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହା ସହ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରସୁଣ ଆମ ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜାଣିବା ରସୁଣ କିପରି ଆମର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ?
୧.ଚର୍ମ କୁଞ୍ଚନ: ରସୁଣ ଚର୍ମ କୁଞ୍ଚନକୁ ଦୂର କରିଥାଏ । ଏଥିପାଇଁ ଆପଣ ପ୍ରତିଦିନ ସକାଳୁ ଉଠି ମହୁ ଓ ଲେମ୍ବୁ ସହ ରସୁଣ ଖାଇବା ଦ୍ୱାରା ଏହି ସମସ୍ୟରୁ ମୁକ୍ତି ମିଳେ ।
୨.ଆଣ୍ଠୁ ଘା: ଯଦି ଆଣ୍ଠୁ ଏବଂ କହୁଣୀରେ କୁଣ୍ଡିଆ ହୋଇ ଘା ହୋଇଥିଲେ ରସୁଣକୁ ସେହି ଯାଗାରେ ମାଲିସ କଲେ ତୁରନ୍ତ ଉପଶମ ମିଳିବ ।
୩. ଷ୍ଟ୍ରେଚ ମାର୍କ: ଶରୀରରେ ଷ୍ଟ୍ରେଚ ମାର୍କ ଥିଲେ ରସୁଣ ଜୁସ୍‌କୁ ଅଲିଭ ତେଲ ସହ ମିଶାଇ ଗରମ କରନ୍ତୁ ।ଏହା ଥଣ୍ଡା ହେଲା ପରେ ଏହାକୁ ଷ୍ଟ୍ରେଚ ମାର୍କରେ ମସାଜ୍ କଲେ କିଛି ଦିନ ପରେ ମାର୍କ ଦୂର ହୋଇଯାଏ ।
୪. ବ୍ରଣ: ମୁହଁରେ ବ୍ରଣ ହୋଇଥିଲେ ରସୁଣର ରସକୁ ଲଗାନ୍ତୁ ଏବଂ ଏହାକୁ ୫ ମିନିଟ୍ ପରେ ଧୋଇଦିଅନ୍ତୁ । ଏହାର ଫରକ ଜଣାପଡିବ ।
୫. ନାଲି ଦାଗ: ମୁହଁରେ ନାଲିଦାଗ ରହିଛି ତେବେ ରସୁଣକୁ ଟମାଟୋ ସହ ମିଶାଇ ଏକ ପେଷ୍ଟ ବନାନ୍ତୁ । ପରେ ଏହତ ପେଷ୍ଟକୁ ନାଲିଦାଗ ସ୍ଥାନରେ ଲଗାଇ ଦିଅନ୍ତୁ । ଏହାକୁ ୧୦ ମିନିଟ ପରେ ଧୋଇଦିଅନ୍ତୁ । ଏହାଦ୍ୱାରା ମୁହଁ ପରିଷ୍କାର ଦେଖାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।