Carrot-Juice

ଶୀତଦିନେ ପିଅନ୍ତୁ ଗାଜର ଜୁସ୍, ମିଳିବ ଏହିସବୁ ଫାଇଦା 

ସାଧାରଣତଃ ଶୀତଦିନେ ବଜାରରେ ଅଧିକ ମାତ୍ରାରେ ଗାଜର ମିଳିଥାଏ | ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ମନେରଖିବେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କାରଣ ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ରହିଛି, ଯାହା ଦୃଷ୍ଟି ଶକ୍ତି ବଢାଇବାରେ ସହାୟକ ହୋଇଥାଏ।

ଗାଜର ରସ ଆଖି ପାଇଁ ବହୁତ ଭଲ । ଗାଜର ରସରେ ଅନେକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଏହି ଜୁସ୍ ଇମ୍ୟୁନିଟି ସିଷ୍ଟମ୍‌କୁ ମଜବୁତ କରିବା ସହ ସୁଗର ଲେବଲ୍‌କୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ । ଏହି ଜୁସ୍ ସ୍କିନକୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ ।

ଏଥିସହ ଗାଜର ଜୁସ୍ ଆଣ୍ଟି ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣରେ ଭରପୂର ରହିଥାଏ । ଏହା ଲିଭର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ ଯାହାଦ୍ଵାରା ରକ୍ତଚାପର ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ହୃଦରୋଗକୁ ଦୂରେଇ ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ କର୍କଟ ବିରୋଧୀ ଗୁଣ ରହିଛି । ଅଧ୍ୟୟନ ଅନୁଯାୟୀ, ଏହି ରସ ପିଇବା ଦ୍ୱାରା କର୍କଟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।