CloveOilFB

ମାଇଗ୍ରେନ୍ ସହ ଏହିସବୁ ସମସ୍ୟା ଦୂର କରିଥାଏ ଲବଙ୍ଗ ତେଲ, ଜାଣନ୍ତୁ କିପରି କରିବେ ବ୍ୟବହାର

ଔଷଧୀୟ ଗୁଣରେ ଭରପୁର ଲବଙ୍ଗ । ସାଧାରଣତଃ ଅଧିକାଂଶ ଘରେ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲବଙ୍ଗକୁ ବ୍ୟବହାର କରାଯାଇଥାଏ । ଏଥିସହ ଲବଙ୍ଗ ତେଲରେ ଆଣ୍ଟିଇନଫ୍ଲୋମେଟରି ଗୁଣ ରହିଥାଏ , ଯାହା ଫୁଲାପଣ ଏବଂ ଯନ୍ତ୍ରଣା ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଶରୀରର ଯନ୍ତ୍ରଣା ହେଉଥିବା ସ୍ଥାନରେ ଏହି ତେଲ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ । ଲବଙ୍ଗ ତେଲରେ ଆଣ୍ଟିବାୟରଲ, ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଥିବାରୁ ଘରୋଇ ଉପଚାରରେ ଏହାକୁ ବ୍ୟବହାର କରାଯାଏ । ଏସବୁ ବ୍ୟତୀତ ଲବଙ୍ଗ ତେଲ ସ୍ୱାସ୍ଥ୍ୟ ଏବଂ ତ୍ୱଚାଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଗୁଣକାରୀ ତୈଳ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ।

ଲବଙ୍ଗ ତେଲ ଚିନ୍ତା ଏବଂ ଦୁର୍ବଳପଣ ଦୂର କରିବାରେ ବ୍ୟବହାର କରାଯାଇଥାଏ । ଲବଙ୍ଗ ଖାଇବା ଦ୍ୱାରା ମନ ଶାନ୍ତି ରହିଥାଏ । ଲବଙ୍ଗ ତେଲକୁ ମଥାରେ ଲଗାଇ ମସାଜ୍ କରିବା ଦ୍ୱାରା ମଧ୍ୟ ତୁରନ୍ତ ଆରାମ ମିଳିଥାଏ । ଏସବୁ ବ୍ୟତୀତ ଗରମ ପାଣିରେ ୨ରୁ ୩ ବୁନ୍ଦା ଲବଙ୍ଗ ତେଲ ପକାଇ ଷ୍ଟିମ୍ ନେବା ଦ୍ୱାରା ଥଣ୍ଡାରୁ ଆରାମ ମିଳିବା ସହ ଚିନ୍ତା ଦୂର ହୋଇଥାଏ ।

ଲବଙ୍ଗତେଲରେ ଫ୍ଲେବୋନାଇଡ ରହିଥାଏ, ଯାହା ମାଇଗ୍ରେନ୍‌, ମୁଣ୍ଡବିନ୍ଧା, ଚିନ୍ତା ଏବଂ ଫୁଲାପଣ କମ କରିଥାଏ । ମୁଣ୍ଡବିନ୍ଧା ହେବା ସମୟରେ ଲବଙ୍ଗ ତେଲରେ ୨ବୁନ୍ଧା ଲୁଣ ପକାଇ ମଥାରେ ମସାଜ୍ କରନ୍ତୁ । ଦେଖିବେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ । ସେହିଭଳି ଶରୀରର କୌଣସି ଅଙ୍ଗ ଫୁଲିଥିବେ କିମ୍ବା ଖଣ୍ଡିଆ ହୋଇଥିଲେ ଲବଙ୍ଗତେଲ ମାଲିସ୍ କରନ୍ତୁ ।

ଦାନ୍ତଜନିତ ସମସ୍ୟାର ଚମତ୍କାରୀ ଚିକିତ୍ସା ହେଉଛି ଲବଙ୍ଗତେଲ । ଲବଙ୍ଗ ତେଲରେ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଥିବାରୁ ଏହା ଦାନ୍ତ ଜନିତ ସମସ୍ୟା ତୁରନ୍ତ ଭଲ କରିଥାଏ । ଦାନ୍ତ ମୂଳ ଦରଜ ହେବା କିମ୍ବା ପୋକ ଖାଇଥିବା ଦାନ୍ତ ବିନ୍ଧୁଥିଲେ ସେହି ସ୍ଥାନରେ ତୁରନ୍ତ ଲବଙ୍ଗତେଲ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ବହୁତ ଜଲଦି ଆରାମ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।