coffee

ସକାଳୁ ସକାଳୁ କଫି ପିଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ପାଇଁ ଭଲ ନା ଖରାପ

ଅଧିକାଂଶ ଲୋକମାନଙ୍କର ସକାଳୁ ସକାଳୁ ବେଡ୍ ଟି କିମ୍ବା କଫି ନହେଲେ ନିଦ ଭାଙ୍ଗି ନଥାଏ । କାରଣ କଫି ପିଇବା ଦ୍ୱାରା ନିଦ ଭାଙ୍ଗିବା ସହ ଶରୀରରେ ଶକ୍ତି ମଧ୍ୟ ଜାଗ୍ରତ ହୋଇଥାଏ । ଏପରି ହେବାର ମୁଖ୍ୟ କାରଣ ହେଉଛି କଫିରେ ଥିବା କୈଫିନ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଦିନରେ ଅଧିକ ମାତ୍ରାରେ କଫି ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ କିନ୍ତୁ ଯଦି ଏହାକୁ ସଠିକ୍ ମାତ୍ରାରେ ସେବନ କରାଯାଏ ତେବେ ଏହା ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଫି ପିଇବା ଦ୍ୱାରା ଶରୀରରେ କ’ଣ କ’ଣ ଲାଭ ମିଳିଥାଏ ।

କଫି ଦୁର୍ବଳପଣ କମ କରିବା ସହ ଶରୀରରେ ଶକ୍ତି ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ । କଫି ପିଇବା ପରେ କୈଫିନ୍ ରକ୍ତପ୍ରବାହରେ ଅବଶୋଷିତ ହୋଇଯାଇଥାଏ ଏବଂ ତାପରେ ଏହା ଆପଣଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଥାଏ । ଯାହା ଫଳରେ ଅଧ୍ୟୟନରୁ ଜାଣିବାକୁ ମିଳିଛି କଫି ପିଇବା ଦ୍ୱାରା ଶରୀରରେ ଶକ୍ତି ଜାଗ୍ରତ ହେବା ସହ ମସ୍ତିଷ୍କ କାର୍ଯ୍ୟରେ ସୁଧାର ଆସିଥାଏ । ସେହିଭଳି ଫ୍ୟାଟବର୍ନ କରିବାରେ କଫି ସାହାଯ୍ୟ କରିଥାଏ । ଅନେକ ଅଧ୍ୟୟନରୁ ଜଣାପଡ଼ିଛି କୈଫିନ୍ ଶରୀରର ମେଟାବଲିଜ୍ମ ସ୍ତରକୁ ୩ ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ ।

ଆଜିକାଲି ଟାଇପ୍‌-୨ ମଧୁମେହ ସମସ୍ୟା ଅନେକ ଲୋକମାନଙ୍କ ପାଖରେ ଦେଖିବାକୁ ମିଳିୁଛି । ଏନେଇ ଏହି ସମସ୍ୟା ଥିବା ବ୍ୟକ୍ତିମାନେ କଫି ସେବନ କରିବା ଦ୍ୱାରା ଶରୀରରେ ଏହି ରୋଗର ଭୟ ୨୩ ରୁ ୫୦ ପ୍ରତିଶତ କମ ହୋଇଯାଇଥାଏ । ଏସବୁ ବ୍ୟତୀତ କଫି ପିଇବା ଦ୍ୱାରା ଅଲ୍‌ଜାଇମର ଭଳି ରୋଗର ଭୟ ମଧ୍ୟ କମ ହୋଇଥାଏ । ଅଲ୍‌ଜାଇମର ସବୁଠାରୁ ସାଧାରଣ ନ୍ୟୁରୋଡିଜେନେରେଟିଭ ରୋଗ, ଯାହା ବିଶ୍ୱରେ ଡେମେଂସିୟା ପ୍ରମୁଖ କାରଣରୁ ହୋଇଥାଏ । ଏନେଇ ଅଧ୍ୟୟନରୁ ଜାଣିବାକୁ ମିଳିଛି କଫି ପିଇବା ଦ୍ୱାରା ଅଲ୍‌ଜାଇମର ରୋଗ ଆଶଙ୍କା ୬୫% କମ ହୋଇଯାଇଥାଏ । ଅଲ୍‌ଜାଇମର ସହ ଅନେକ ମାନସିକ ରୋଗର ଭୟ ମଧ୍ୟ ଦୂର କରିବାରେ କଫି ସାହାଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।