You are currently viewing ଜଲଦି ବେଲି ଫ୍ୟାଟ୍ କମାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହିସବୁ ପାନୀୟ

ଜଲଦି ବେଲି ଫ୍ୟାଟ୍ କମାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହିସବୁ ପାନୀୟ

ଆଜିକାଲି ମେଦବହୁଳତା ଏକ ଗମ୍ଭୀର ସମସ୍ୟା, ଯାହା କେବଳ ଆପଣଙ୍କ ସୌନ୍ଦର୍ୟ୍ୟକୁ ହ୍ରାସ କରେ ନାହିଁ ବରଂ ଆପଣଙ୍କୁ କର୍କଟ, ମଧୁମେହ, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅନେକ ଗମ୍ଭୀର ରୋଗରେ ମଧ୍ୟ ପକାଇଥାଏ। ଏନେଇ ଯଦି ଆପଣ ବିଭିନ୍ନ ପ୍ରକାରର ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥକି ଯାଇଛନ୍ତି ତେବେ ପ୍ରଥମେ ଆପଣ ବେଲି ଫ୍ୟାଟ୍ ବା ପେଟରେ ଜମିଥିବା ଚର୍ବି ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଜାଣିବା କିଭଳି କମାଇବେ ବେଲି ଫ୍ୟାଟ୍?

ଶରୀରର ଓଜନ ହ୍ରାସ କରିବା ପାଇଁ ଦୈନନ୍ଦିନ ବ୍ୟାୟାମ କରିବା ସହ ସୁସ୍ଥ ଖାଦ୍ୟ-ପାନୀୟ ଉପରେ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ଯେପରି ଗ୍ରୀନ୍ ଟି ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଫେନ୍ ରହିଥାଏ ଯାହା, ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ। ତେଣୁ ଆପଣ ପ୍ରତିଦିନ ଗ୍ରୀନ୍ ଟି ସେବନ କରନ୍ତୁ ।

ଅଦା ଚା ମଧ୍ୟ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଏନେଇ ପ୍ରତିଦିନ ଅଦା ପକା ନାଲି ଚା’ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିବା ସହ ଓଜନ ବି ନିୟନ୍ତ୍ରଣରେ ରହିଥାଏ।

ସେହିଭଳି ତୁଳସୀ ଚା ’ନିୟମିତ ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ତୁଳସୀ ଚା’ ପିଇଲେ ଆପଣ ଖାଉଥିବା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ଏହା ବ୍ୟତୀତ ଶରୀର ଭିତରେ ଥିବା ଅପରିଷ୍କାର ଜିନିଷ ବାହାର କରିବାରେ ସାହାଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।