You are currently viewing ଡାଇବେଟିଜ୍‌, ଉଚ୍ଚ ରକ୍ତଚାପ ଏବଂ ତ୍ୱଚା ଜନିତ ସମସ୍ୟା ଦୂର କରେ ମନ୍ଦାର ଫୁଲ

ଡାଇବେଟିଜ୍‌, ଉଚ୍ଚ ରକ୍ତଚାପ ଏବଂ ତ୍ୱଚା ଜନିତ ସମସ୍ୟା ଦୂର କରେ ମନ୍ଦାର ଫୁଲ

ମନ୍ଦାର ଫୁଲ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଠାରୁ ଆରମ୍ଭ କରି  ତ୍ୱଚା ଏବଂ  କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ମନ୍ଦାର ଫୁଲକୁ ବ୍ୟବହାର କରିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଡାଇବେଟିଜ୍ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା କମ କରିବାରେ ସହାୟକ ହୋଇଥାଏ ।   ଏସବୁ ବ୍ୟତୀତ  ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ମନ୍ଦାର ଫୁଲ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟାର ସମାଧାନ କରିଥାଏ ଏହି ଫୁଲ-

୧.କାଶ ଏବଂ ଥଣ୍ଡା: ମନ୍ଦାର ଫୁଲରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ  । ଯାହା କାଶ ଏବଂ ଥଣ୍ଡା  ସମସ୍ୟା ଦୂର କରିଥାଏ । ଏଥିପାଇଁ ଆପଣ ଏହି ଫୁଲରେ ପ୍ରସ୍ତୁତ ଚା’  ସେବନ କରନ୍ତୁ ।

୨. ରକ୍ତହୀନତା :  ଏହି ଫୁଲ ଲୌହର ଏକ ଉତ୍ତମ ଉତ୍ସ ।  ଏହାର ସେବନ  କରିବା ଦ୍ୱାରା ରକ୍ତହୀନତା ପରି ସମସ୍ୟା  ଦୂର  ହୋଇଥାଏ ।

୩.ଉଚ୍ଚ ରକ୍ତଚାପ: ଏହି ଫୁଲର ପତ୍ରରେ ପ୍ରସ୍ତୁତ ଚା’ ଶରୀରକୁ ଆରାମ ଦେବାରେ ସାହାଯ୍ୟ କରେ  । ଏହାର ବ୍ୟବହାର ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ  ।

୪. ମଧୁମେହ:  ମନ୍ଦାର ଫୁଲର ଚା’ ଚାପ ହ୍ରାସ କରିବାରେ ସାହାଯ୍ୟ କରେ  । ଏହା ଶରୀରରେ ଉତ୍ପାଦିତ ଟ୍ରାଇଗ୍ଲିସରାଇଡସ୍‌କୁ ହ୍ରାସ କରିଥାଏ, ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ  ।

୫. ମାଉଥ୍ ଅଲସର୍( ପାଟି ଘା): ବେଳେ ବେଳେ ପାଟିରୁ  ଚମଡା ଛାଲ ଭଳି ବାହାରିଥାଏ, ଯାହାକୁ ପାଟି ଘା କୁହାଯାଇଥାଏ   । ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥାଏ ତେବେ ଏହି ସମୟରେ ୪-୫ଟି ମନ୍ଦାର ପତ୍ର  ଚୋବାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ପାଟି ଘା ଠିକ୍ ହେବା ସହ ପାଚନ କ୍ରିୟା ଠିକ୍ ହୋଇଥାଏ ।

୬. ଓଜନ ହ୍ରାସ: ମନ୍ଦାର ପତ୍ରରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରର  ମେଟାବଲିଜ୍ମ କୁ ବୃଦ୍ଧି କରିବାରେ ସାହଯ୍ୟ କରିଥାଏ ।  ଏହାଦ୍ୱାରା ଅତ୍ୟାଧିକ ଓଜନ ହ୍ରାସ ଘଟିବାରେ ସାହାଯ୍ୟ ମଳିଥିାଏ ।

୭. ତ୍ୱଚା: ମନ୍ଦାର ଫୁଲ ମଶ୍ଚରାଇଜର ଭଳି କାମ କରିଥାଏ । ଶୀତଦିନେ ତ୍ୱଚା ଶୁଷ୍କ ହେବା କାରଣରୁ ଆପଣ ମନ୍ଦାର ଫୁଲକୁ ତ୍ୱାଚାରେ ବ୍ୟବହାର କରିପାରିବେ, ଯାହାଫଳରେ ତ୍ୱଚା କୋମଳ ରହିଥାଏ ।

୮. କେଶ : ଏହିସବୁ ବ୍ୟତୀତ  କେଶ ପାଇଁ ମନ୍ଦାର ଫୁଲ ପ୍ୟାକ୍ ଅତ୍ୟନ୍ତ ଖ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କର କେଶ ଝଡିବା ସମସ୍ୟା ରହିଥାଏ ତେବେ ମନ୍ଦାର ଫୁଲ ଏବଂ ପତ୍ରକୁ  ନଡିଆ ତେଲରେ ଫୁଟାଇ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶ ଝଡିବା ସମସ୍ୟାକମ୍ ହେବା ସହ କେଶ ମଜବୁତ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।