You are currently viewing କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କୋଷ୍ଠକାଠିନ୍ୟର ସମସ୍ୟା ଅତି ସାଧାରଣ ଏବଂ ପ୍ରାୟ ପ୍ରତ୍ୟେକ ବୟସର ଲୋକଙ୍କୁ ଏହି ସମସ୍ୟା ଭୋଗିବାକୁ ପଡିଥାଏ ।   ଅନେକ ଲୋକ ପ୍ରତିଦିନ କୋଷ୍ଠକାଠିନ୍ୟ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏହିପରି ପରିସ୍ଥିତି ସେମାନଙ୍କୁ ଅସହଜ କରିଥାଏ , ସେମାନଙ୍କର ନିତ୍ୟକର୍ମ ଏବଂ କାର୍ଯ୍ୟକାରିତାକୁ ମଧ୍ୟ  ପ୍ରଭାବିତ କରିଥାଏ ।ତେବେ ଆନ୍ତୁ ଜାଣିବା କୋଷ୍ଠକାଠିନ୍ୟ ଦୂର କରିବାରେ କିଛି ଘରୋଇ ଉପଚାର ।

୧. କିସମିସ: ପ୍ରତିଦିନ ରାତିରେ ପ୍ରାୟ ୮-୧୦ ଗ୍ରାମ କିସମିସ ପାଣିରେ ଭିଜାନ୍ତୁ । ସକାଳେ ଏହାକୁ କ୍ଷୀରରେ ଫୁଟାଇ ପିଅନ୍ତୁ  ଏବଂ କିସମିସ୍ ଖାଆନ୍ତୁ ।  କୋଷ୍ଠକାଠିନ୍ୟରୁ ଆରାମ ପାଇବାକୁ  ଆପଣଙ୍କୁ ଅଧିକ ସମୟ ଲାଗିବ ନାହିଁ ।

୨.ଗରମ ପାଣି: କୋଷ୍ଠକାଠିନ୍ୟର ଚିକିତ୍ସା କରିବାର ସହଜ ଉପାୟ ହେଉଛି ଉଷୁମ ପାଣି ପିଇବା ।ମନେରଖନ୍ତୁ ଯେ ପାଣି ଯଥେଷ୍ଟ ଗରମ ପାଣି ପିଇବା ଉଚିତ ନଚେତ  ଆପଣ ଚା ପିଇ ପାରିବେ ।ଖାଲି ପେଟରେ ପ୍ରତିଦିନ ସକାଳେ ଅତି କମରେ ୨ ଗ୍ଲାସ୍ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

୩. ପ୍ରୋବାୟୋଟିକ : ଅନ୍ତନଳୀକୁ ସୁସ୍ଥ ରଖିବା ବ୍ୟତୀତ କୋଷ୍ଠକାଠିନ୍ୟ ଦୂର କରିବାରେ ପ୍ରୋବାୟୋଟିକ ଖାଇବା ମଧ୍ୟ ଅତ୍ୟନ୍ତ ଉପଯୋଗୀ । ପ୍ରୋବାୟୋଟିକ ଦେଉଥିବା ଦହି ସେବନ କରିବା ଦ୍ୱାରା ଅନେକ ପେଟ ସମସ୍ୟା ଦୂର କରିଥାଏ ।

୪. ଘିଅ: ରାତିରେ ଏକ ଗ୍ଲାସ୍ ଉଷୁମ କ୍ଷୀରରେ ୨ ଚାମଚ ଦେଶୀ ଘିଅ  ପିଇବା ଦ୍ୱାରା ମଧ୍ୟ ବହୁତ ଲାଭ ମିଳିଥାଏ ।

୫.ପାନମଧୁରୀ : .ପାନମଧୁରୀ  ହଜମ ପ୍ରକ୍ରିୟାରେ ଗ୍ୟାଷ୍ଟ୍ରିକ୍ ଏନଜାଇମ୍ ବୃଦ୍ଧି କରିଥାଏ । ପ୍ରତିଦିନ ଏକ ଗ୍ଲାସ ଉଷୁମ ପାଣି ସହିତ ଅଧା ଚାମଚ .ପାନମଧୁରୀ ପାଉଡର ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର କରିବା ବ୍ୟତୀତ ଏହା ପେଟର ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।