flu

ଅତ୍ୟଧିକ ଥଣ୍ଡା ପାଇଁ ଚିନ୍ତିତ କି? ତେବେ ତୁରନ୍ତ ଆପଣାନ୍ତୁ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେବା ମାତ୍ରେ ହିଁ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଯେପରି ଅତ୍ୟଧିକ ଥଣ୍ଡା, କାଶ କିମ୍ବା ଛିଙ୍କ ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ବିଶେଷରୂପେ ଏଭଳି ସମସ୍ୟା ଇମ୍ୟୁନିଟି ପାୱାର କମ ଥିବା ବ୍ୟକ୍ତିମାନଙ୍କ ପାଖରେ ତୁରନ୍ତ ଦେଖାଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ପାନୀୟ ବିଷୟରେ ଜଣାଇବୁ ଯାହାକୁ ପିଇବା ମାତ୍ରେ ଆପଣଙ୍କୁ ସୁସ୍ଥ ଅନୁଭବ ହେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତିଙ୍କ ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ କ’ଣ ସେହି ପାନୀୟ ପଦାର୍ଥ ।

ତୁଳସୀ ଏବଂ ହଳଦୀରେ ପ୍ରସ୍ତୁତ କାଢା

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଡାଏଟ୍ ରେ ସୁସ୍ଥ ଖାଦ୍ୟ ଏବଂ ପାନୀୟ ସାମିଲ୍ କରିବା ପାଇଁ କୁହାଯାଇଥାଏ । ଏନେଇ ତୁଳସୀ କାଢା ସବୁଠାରୁ ଲାଭକାରୀ ହୋଇଥାଏ । ଡାକ୍ତରମାନଙ୍କ କହିବାନୁଯାୟୀ, ତୁଳସୀରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଯାହା ବଡ ବଡ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ କାଢା ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ଜିନିଷର ଆବଶ୍ୟକତା ପଡ଼ିଥାଏ ।

ଆବଶ୍ୟକୀୟ ସାମଗ୍ରୀ

୩ ରୁ ୪ଟି ଲବଙ୍ଗ
୨ ରୁ ୩ ଚାମଚ ମହୁ
୧ ରୁ ୨ଟି ଡାଲଚିନି କାଠି
୮ ରୁ ୧୦ଟି ତୁଳସୀ ପତ୍ର
ଅଧା ଚାମଚ ହଳଦୀ ପାଉଡ଼ର

କିପରି କରିବେ ପ୍ରସ୍ତୁତ

ଏକ ପାତ୍ରରେ ତୁଳସୀ ପତ୍ର, ହଳଦୀ ପାଉଡର, ଲବଙ୍ଗ ଏବଂ ଡାଲଚିନି ପକାନ୍ତୁ । ଏହାକୁ ଅତି କମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହି ପାଣିକୁ ଛାଣି ଦିଅନ୍ତୁ । ହାଲକା ଥଣ୍ଡା ହୋଇଯିବା ପରେ ଆପଣ ସେଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ । ଏହି କାଢାକୁ ଆପଣ ଦିନରେ ୨ ରୁ ୩ ଥର ସେବନ କରିପାରିବେ । ଏହି କାଢା ପିଇବା ଦ୍ୱାରା ଥଣ୍ଡା-କାଶ କମ ହେବା ସହ ଡାଇବେଟିଜ୍ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଏଥିସହ ନିୟମିତ ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।