You are currently viewing ପୋକ ଦାନ୍ତର ଘରୋଇ ଉପଚାର

ପୋକ ଦାନ୍ତର ଘରୋଇ ଉପଚାର

ଆମର ଦାନ୍ତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚୋବାଇବା, କାମୁଡ଼ିବା ଏବଂ ଅନେକ ଜିନିଷ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଏହା ସିହତ ଆମ ବୟସ ବଢିବା ସହିତ ଦାନ୍ତ ଭାଙ୍ଗିବା ଆରମ୍ଭ କରିଥାଏ ।, ସେହି ସମୟରେ ଦାନ୍ତର ଆବଶ୍ୟକତା ବିଷୟରେ ଆମର ପ୍ରକୃତ ଅନୁଭବ ହୁଏ । ଏହି ସମୟରେ, ଆମର ଦାନ୍ତରେ ଅନେକ ସମସ୍ୟା ଦେଖାଯାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତରେ ପୋକ ଲାଗିବା ।  ଆଜିକାଲି, ଲୋକମାନଙ୍କର  ଅଳ୍ପ ବୟସରେ ଦାନ୍ତରେ ପୋକ ଲାଗୁଛି ଏବଂ ଏହା ପରେ ସେମାନ ଏକ ଦୀର୍ଘ ଚିକିତ୍ସା ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ । ଏଥି ସହିତ, ଦାନ୍ତର ଚିକିତ୍ସା ବହୁତ ମହଙ୍ଗା ଅଟେ । କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ଏହାର ଉପଚାର କରିପାରିବେ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ଯାହା ଦ୍ୱାରା ପୋକ ଦାନ୍ତରୁ ଉପଚାର ମିଳିବ ।

୧.ଫିଟିକିରି: ଫିଟକିରି ପାଉଡର ସହ ସୈନ୍ଧବ ଲୁଣକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ବ୍ରଶ ସାହାଯ୍ୟରେ ଦାନ୍ତରେ ଘଷିବା ଦ୍ୱାରା ପୋକ ଦାନ୍ତରୁ ମୁକ୍ତି ମିଳିଥାଏ ।

୨.ସୋରିଷ ତେଲ: ସୋରିଷ ତେଲରେ ହଳଦୀ ଏବଂ ଲୁଣକୁ ମିଷାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ବ୍ରଶରେ ଲଗାଇ ଦାନ୍ତରେ ଘଷନ୍ତୁ । ଏହାକୁ ଦିନକୁ ଦୁଇଥର କରିବା ଦ୍ୱାରା ଦାନ୍ତର ପୋକ  ସଫା କରିବାରେ ସାହାଯ୍ୟ କରିଥାଏ ।

୩. ହେଙ୍ଗୁ ପାଉଡର: ହେଙ୍ଗୁ ପାଉଡରକୁ ପ୍ରଥମେ ପାଣିରେ ଫୁଟାନ୍ତୁ । ଏହା ଥଣ୍ଡା ହୋଇଗଲା ପରେ  ଏହି ପାଣିରେ ମୁହଁ ଧୋଇବାକୁ ପଡିବ ।  ଏହା କରିବା ଦ୍ୱାରା କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତରେ ଥିବା ପୋକକୁ ଦୂର ହୋଇଯିବ ।

୪. ଲବଙ୍ଗ ତେଲ: ଦାନ୍ତରେ ପୋକ ଲାଗିଥିବା ସ୍ଥାନରେ ଲବଙ୍ଗ ତେଲ ଲଗାଇବା ଉଚିତ୍ । ପ୍ରତିଦିନ ଏହା କରିବା ଦ୍ୱାରା ଦାନ୍ତର ପୋକରୁ ମୁକ୍ତି ପାଇବାରେ ସାହାଯ୍ୟ କରିବା ସହ ଆପଣଙ୍କ ଦାନ୍ତର ଯନ୍ତ୍ରଣା ମଧ୍ୟ ହ୍ରାସ କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।