honey

ତ୍ୱଚାରେ ଚମକ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ 

ପୁଅ ହୁଅନ୍ତୁ କି ଝିଅ ସମସ୍ତେ ନିଜ ତ୍ୱଚାର ଯତ୍ନ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ଏଥିପାଇଁ ଅନେକ ଲୋକମାନେ ମଧ୍ୟ ବଜାରରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟ ବ୍ୟବାହାର କରିଥାନ୍ତି। କିନ୍ତୁ ଏହିସବୁ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ସତ କିନ୍ତୁ ଏହା ଖୁବ କମ ସମୟ ପାଇଁ ରହିଥାଏ। ଯାହାଫଳରେ ତ୍ୱଚା ଆହୁରି ଖରାପ ଦେଖାଯାଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଫେସ ମାସ୍କ ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ତ୍ୱଚାରେ ଚମକ ଫେରିପାଇବେ। ତେବେ ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପଚାର. . . 

honey1ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହୁ ଏକ ଉତ୍ତମ ବିକଳ୍ପ। ଏନେଇ ଆପଣ ଘରେ ମଧ୍ୟ ମହୁ ଫେସିଆଲ କରିପାରିବେ। ତ୍ୱଚାରୁ ଦାଗ ଦୂର କରିବା ସହ ଚମକ ବୃଦ୍ଧି ପାଇଁ ଏହାକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ ..

ପ୍ରଥମେ ମହୁର ଏକ ପତଳା ସ୍ତର ମୁହଁରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ ଏହାକୁ ମୁହଁରେ ଲଗାଇ ରଖନ୍ତୁ। ଶୁଖିଯିବା ପରେ ପାଣି ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।

ସେହିଭଳି ମହୁରେ ଚାଉଳ ଗୁଣ୍ଡକୁ ଭଲଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁରୁ ସମସ୍ତ ପ୍ରକାର ଅପରିଷ୍କାର ଜିନିଷ ବାହାର କରି ଦେଇଥାଏ। ଏଥିସହ ମୁହଁରୁ ଦାଗ ମଧ୍ୟ ଦୂର କରିଥାଏ।

honey ମହୁରେ କଦଳୀ କିମ୍ବା ଅଳ୍ପ ଅମୃତଭଣ୍ଡାକୁ ପକାଇ ଭଲଭାବେ ଗ୍ରାଇଣ୍ଡି କରିଦିଅନ୍ତୁ। ଏବେ ଆପଣ ସେହି ମିଶ୍ରଣକୁ ଭଲଭାବେ ମୁହଁରେ ଲଗାଇ ହାଲୁକା ମାଲିସ କରିଦିଅନ୍ତୁ। ଏବେ ସେହି ପ୍ୟାକକୁ ୧୦ ରୁ ୧୫ ମିନିଟ ରଖି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।

ଏସବୁ ବ୍ୟତୀତ ଆପଣ ମହୁରେ ଅଳ୍ପ ଅଟା,ଗୋଲାପ ଜଳ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ଏସବୁ ଉପାୟ ଆପଣେଇବା ଦ୍ୱାରା ଖୁବ କମ ଦିନରେ ଆପଣ ତ୍ୱଚାରେ ଚମକ ଫେରିପାଇବେ।  

ଅନ୍ୟମାନଙ୍କୁ ଜଣାନ୍ତୁ।