You are currently viewing କେଶ ଝଡିବା ସମସ୍ୟା ଦୂର କରେ ଜାମୁକୋଳି ଭିନେଗାର

କେଶ ଝଡିବା ସମସ୍ୟା ଦୂର କରେ ଜାମୁକୋଳି ଭିନେଗାର

ଜାମୁକୋଳି ରସ କୁ ଫର୍ମେଣ୍ଟ କରି ଏହାର ଭିନେଗାର ପ୍ରସ୍ତୁତ କରାଯାଏ ।  ଆପଣ ଏହାକୁ ଘରେ ମଧ୍ୟ କରିପାରିବେ ।  ପେଟ ସଂକ୍ରମଣକୁ ଦୂର କରିବା ପାଇଁ ଜାମୁକୋଳି ଭିନେଗାର  ବହୁଲାଭଦାୟକ ଅଟେ ।  ଏଥିରେ ଭିଟାମିନ୍ ସି ଥାଏ ଯାହା ପେଟର କ୍ଷତିକାରକ ଜୀବାଣୁକୁ ମାରି ଶରୀରରେ pHକୁ ସନ୍ତୁଳିତ କରେ ।  ତେବେ ଆସନ୍ତୁ ଜାଣିବା ଜାମୁକୋଳି ଭିନେଗାରର ଉପକାରିତା ବିଷୟରେ –

– ଶରୀରରେ ଆଇରନ ଅଭାବ କାରଣରୁ  କେଶ ଝଡିବା ସମସ୍ୟା  ହୋଇଥାଏ । ଜାମୁକୋଳି ଭିନେଗାରରେ  ଆଇରନର ପରିମାଣ ଅଧିକ ମାତ୍ରାରେ ଥାଏ ଯାହା କେଶ ଛଡିବା ସମସ୍ୟା ଦୂର କରିବାରେ ଲାଭଦାୟକ ହୋଇଥାଏ ।  ଏହାସହ  ଏହାକୁ ନିୟମିତ ସେବନ କରିବା ଦ୍ୱାରା  ରକ୍ତହୀନତାକୁ ଦୂର ହେବା ସହ  ଶରୀରରେ ହେମୋଗ୍ଲୋବିନ୍  ବଢାଇଥାଏ । ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ ।  

– ଜାମୁକୋଳି ଭିନେଗାରରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ ଯାହା ରୂପି  ସମସ୍ୟା ଦୂର କରିଥାଏ ।   ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣଗୁଡିକ ତ୍ୱଚାକୁ ସଫା କରିଥାଏ ।  ଏହାକୁ  ଥଣ୍ଡା ପାଣିରେ  ମିଶାଇ ତ୍ୱଚାରେ ଲଗାନ୍ତୁ ।  

–  ମୁଖରେ ବ୍ରଣ ହୋଇଥିଲେ ଆପଣ ଜାମୁକୋଳି ଭିନେଗାର ବ୍ୟବହାର କରିପାରିବେ ।  ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଚର୍ମ ଭିତରେ  ଥିବା ଜୀବାଣୁ ବୃଦ୍ଧିରେ ରୋକିଥାଏ ।  ଜାମୁକୋଳି ଭିନେଗାରରେ କିଛି ପାଣି ମିଶାଇ  ଏହାକୁ  ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ।  ଆପଣ  ବେସନ ଏବଂ ଭିନେଗାର ମିଶ୍ରଣ କରି ମଧ୍ୟ ବ୍ୟବହାର କରିପାରିବେ ।  ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ  ରଖନ୍ତୁ ଏବଂ ତା’ପରେ ସାଧା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।  

– ଜାମୁକୋଳି ଭିନେଗାରରେ ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଅଛି ଯାହା  ତ୍ୱଚା ସଂକ୍ରମଣକୁ ଦୂର କରିଥାଏ ।  ଏହାକୁ ତୁଳା ସାହାଯ୍ୟରେ ସଂକ୍ରମିତ ଜାଗାରେ ଲଗାନ୍ତୁ ।  ଏହା ସକ୍ରିୟ ଜୀବାଣୁ ଏବଂ ଫଙ୍ଗସ୍ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ ।  

ଅନ୍ୟମାନଙ୍କୁ ଜଣାନ୍ତୁ।