You are currently viewing ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିର  ସରଳ ଉପାୟ

ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିର ସରଳ ଉପାୟ

କରୋନା ରୋଗ ପ୍ରଥମେ ଚାଇନାର ଉହାନ୍ ସହରରେ ଦେଖାଦେଇଥିଲା , ଯାହାକି ବର୍ତ୍ତମାନ ସାରା ବିଶ୍ୱରର ୯୯% ଦେଶରେ ତାର କାୟାବିସ୍ତାର କରିଚାଲିଛି । ଲକ୍ଷ ଲକ୍ଷ ଜୀବନ ମଧ୍ୟ ଚାଲିଗଲାଣି । ଫଳରେ ମଣିଷମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି । ତେବେ ଏହି ମହାମାରି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ଉଦ୍ଭାବନ ହୋଇପାରିନାହିଁ । ଏପଟେ ବହୁ ଧନିଶାଳୀ ରାଷ୍ଟ୍ର ଟିକା ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଲେଇଥିବା ବେଳେ , ସବୁ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଚାଲିଛି ।


କରୋନା ମହାମାରି ପାଇଁ କେବଳ ସର୍ତକତା ଅବଲମ୍ବନ ହିଁ ଏକ ମାତ୍ର ନିରାକରଣ । ସାମାଜିକ ଦୂରତା, ବାରମ୍ବାର ସାବୁନ୍ କିମ୍ବା ହ୍ୟାଣ୍ଡୱାସ୍ ହାତ ଧୋଇବା , ମାସ୍କ ବ୍ୟବହାର କରିବା ପାଇଁ ଡବ୍ଲୁ.ଏଚ୍‌.ଓ ପକ୍ଷରୁ ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ଆମ ଭାରତୀୟ ସଂସ୍କୃତିରେ ଆୟୁର୍ବେଦିକ ପଦ୍ଧତିରେ କରୋନା କବଳରୁ ରକ୍ଷା ହୋଇପାରିବ । ଯୋଗ, ପ୍ରାଣାୟମ ମାଧ୍ୟମରେ ମଧ୍ୟ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରାଇଲେ ମଧ୍ୟ କରୋନା ସଂକ୍ରମଣ ହେବା କମ ସମ୍ଭାବନା ଦେଖାଦେଇଥାଏ ।


ଡବ୍ଲୁ.ଏଚ୍‌.ଓ କହିବା କଥା ଯେଉଁ ବ୍ୟକ୍ତିର ରୋଗ ପ୍ରତିଷେଧକ ଶକ୍ତି ଅଧିକ ସେହି ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣ ହେବା ସମ୍ଭାବନା କମ୍ ‌ଥାଏ । ତେଣୁ ଆମେ ଦୈନନ୍ଦୀନ ଜୀବନରେ କଣ କରିବା ଯାହାକି ରୋଗ ପ୍ରତିଷେଧକ ଶକ୍ତିର ବୃଦ୍ଧି ହୋଇପାରିବ । ପ୍ରଥମେ ରୋଷେଇ ବେଳେ ହଳଦୀ,ରସୁଣ,ଜିରା,ଧନିଆ ଯେତେ ଅଧିକ ବ୍ୟବହାର କରିପାରିବେ । ଦିନସାରା ମଝିରେ ମଝିରେ ଉଷୁମ୍ ପାଣି ପିଅନ୍ତୁ, ପ୍ରତିଦିନ ଯୋଗାସନ, ପ୍ରାଣାୟମ, ଧ୍ୟାନ ୩୦ମିନିଟ୍ କରନ୍ତୁ ।

ପ୍ରତ୍ୟେକଦିନ ଗୋଟେ ଚାମଚ ଚବନ୍‌ପ୍ରାସ୍ ଖାନ୍ତୁ, ତୁଳସୀ, ଡାଳଚିନି, ଗୋଲମରିଚ, ଶୁଣ୍ଠି ଓ କିସ୍‌ମିସ୍ ମିଶାଇ ହର୍ବାଲ୍ ଚା ତିଆରି କରି ଏଥିରେ ସ୍ୱାଦ ଅନୁଯାଇ ଚିନି ଓ ଲେମ୍ବୁ ରସ ପକାଇ ପିଅନ୍ତୁ ଏବଂ ଏକ ଗ୍ଲାସ ଉଷୁମ୍ କ୍ଷୀରରେ ଅଧାଚାମଚ ହଳଦୀ ପକାଇ ଦିନକୁ ଦୁଇ ଥର ପିଅନ୍ତୁ ଏଭଳି ସବୁବେଳେ କରିବା ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ । ଯାହାଫଳରେ କରୋନା ସଂକ୍ରମଣ ହେବା ବହୁତ କମ୍ ସମ୍ଭାବନା ରହିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।