You are currently viewing ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ ଏହିସବୁ ଖାଦ୍ୟ, ସଜାଗ ରୁହନ୍ତୁ

ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ ଏହିସବୁ ଖାଦ୍ୟ, ସଜାଗ ରୁହନ୍ତୁ

ଆଜିକାଲି ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ଗ୍ୟାଷ୍ଟିକ୍ ରୋଗର ଶିକାର ହେଉଛନ୍ତି। ଏହି ଗ୍ୟାଷ୍ଟିକ୍ କାରଣରୁ ବାନ୍ତି ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ଭୋଗିବାକୁ ମଧ୍ୟ ପଡ଼ିଥାଏ। ଗ୍ୟାସ ସମସ୍ୟାର ନିରାକରଣ ଯଦି ଆରମ୍ଭରୁ ନକରାଯାଏ ତେବେ ପର ମୁହୁର୍ତ୍ତରେ ଏହା ଭୟଙ୍କର ରୂପ ନେଇପାରେ। ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ଗ୍ୟାସ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗ୍ୟାଷ୍ଟ୍ରିକ୍ ପେଟ ଫୁଲେଇବା, ପେଟ ଜଳିବା ଓ ଅମ୍ଳତା ସୃଷ୍ଟି କରେ । ଯେଉଁଥିପାଇଁ ଜଣେ ବ୍ୟକ୍ତି ବହୁତ ଯନ୍ତ୍ରଣା ଭୋଗିଥାଏ । କିନ୍ତୁ ଆପଣ ଯଦି ଆପଣଙ୍କ ଡାଏଟ୍ ପ୍ରତି ଧ୍ୟାନ ଦିଅନ୍ତି ତେବେ ଆପଣ ଅତି ସହଜରେ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବ ଉଚିତ । ଏଥିପାଇଁ ଗ୍ୟାସର ପ୍ରମୁଖ ଲକ୍ଷଣକୁ ଜାଣିବା ବହୁତ ଆବଶ୍ୟକ। ତେବେ ଅଜାଣତରେ ଆପଣ ଖାଉଥିବା ଜିନିଷ ଆପଣଙ୍କର ଗ୍ୟାସର କାରଣ । ଜାଣନ୍ତୁ କେଉଁ କାରଣରୁ ହୋଇଥାଏ ଗ୍ୟାସ ସମସ୍ୟା।

ଦୁଗ୍ଧ ଜାତିୟ ପ୍ରଡକ୍ଟ:
ଗ୍ୟାସ ସମସ୍ୟା ହେଲେ ଦୁଗ୍ଧଜାତ ଦ୍ରବ୍ୟ ଖାଆନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ନିଜ ଖାଦ୍ୟରେ କଦଳୀ ମିଶାଇ ପାରିବେ । ଏହାର କାରଣ ହେଉଛି ପ୍ରୋବୋଟିକ୍ସ ଏହା ଭିତରେ ପ୍ରଚୁର ପରିମାଣରେ ଥାଏ, ଯାହା ଅନ୍ତଃ ସ୍ୱାସ୍ଥ୍ୟ ପାଇଁ ଭଲ  ।

ଫାଷ୍ଟଫୁଡ୍ :
ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିବା ଲୋକମାନେ ସେମାନଙ୍କର ଡାଏଟରୁ ଫାଷ୍ଟଫୁଡ୍ ହଟାଇଦେବା ଉଚିତ୍ । ଫାଷ୍ଟଫୁଡରେ ଫାଇବର କମ ଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ଯେଉଁ କାରଣରୁ ହଜମ ପ୍ରକ୍ରିୟା ଠିକ ଭାବେ କାମ କରେ ନାହିଁ ଓ ବ୍ୟକ୍ତି କୋଷ୍ଠକାଠିନ୍ୟ ହେବାରେ ସମ୍ମୁଖୀନ ହୁଅନ୍ତି ।

ବିନ୍ସ:
ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ଅଛି ତେବେ ରାତିରେ ବିନ୍ସ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବିନ୍ସରେ ରାଫିନୋଜ୍ ଥାଏ, ଯାହାପାଇଁ ହଜମ କରିବା କଷ୍ଟକର ହୋଇଥାଏ । ଯେତେବେଳେ କ୍ଷୁଦ୍ର ଅନ୍ତନଳୀ ଓ ବୃହତ୍ ଅନ୍ତନଳୀ ଦେଇ ଯାଉଥିବା ରାଫିନୋଜ୍ ବ୍ୟାକ୍ଟେରିଆ ଦ୍ୱାରା ଭାଙ୍ଗିଯାଏ, କାର୍ବନ ଡାଇଅକ୍ସାଇଡ୍, ମିଥେନ ଗ୍ୟାସ୍ ଆଦି ଉତ୍ପନ୍ନ ହୁଏ । ଏହି ପରିସ୍ଥିତିରେ ଏହାକୁ ରାତିରେ ଖାଆନ୍ତୁ ନାହିଁ । ବିଶେଷକରି ଯଦି ଆପଣଙ୍କ ଗ୍ୟାସ୍ ଅଛି, ଏହାକୁ ଆପଣଙ୍କ ଡାଏଟରୁ ବାଦ କରନ୍ତୁ ।

ପିଆଜ :
ପିଆଜରେ ଥିବା ଫ୍ରୁଟଷ୍ଟୋଜ୍ ଏକ ପ୍ରାକୃତିକ ଶର୍କରା ଭାବରେ ଜଣାଶୁଣା । ଏହା ଆର୍ଟ୍ବିଫ୍ ଓ ରିଫ୍ଇୋସ୍ ପରି ମଧ୍ୟ କାର୍ଯ୍ୟ କରେ । ଶରୀରର ଅନ୍ତନଳୀରେ ବ୍ୟାକ୍ଟେରିଆ ଦ୍ୱାରା ମଧ୍ୟ ଭାଙ୍ଗି ଯାଏ, ଯାହା ଦ୍ୱାରା ଶରୀରରେ ଥିବା ଗ୍ୟାସ୍ ବୃଦ୍ଧି ହୁଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।