You are currently viewing ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଆମେ ପ୍ରତିଦିନ ଅନେକ ପ୍ରକାର କେମିକାଲ ମଧ୍ୟରେ ପ୍ରବେଶ କରୁଛେ । ଏଥି ମଧ୍ୟରୁ କିଛି ଆମ ଜୀବନ ସହ ନିୟମିତ ଭାବେ ଜଡିତ ଥିବା ବେଳେ ଅନ୍ୟ କିଛିକୁ ଆମେ ଆମର ଆବଶ୍ୟକତା ପାଇଁ ବ୍ୟବହାର କରୁଛେ । ଏଥି ମଧ୍ୟରୁ କଶମେଟିକରୁ ଆମ ଶରୀରକୁ ବହୁଳ ମାତ୍ରାରେ କେମିକାଲ ପ୍ରବେଶ କରୁଛି । ସାମ୍ପ, ସାବୁନ ଠାରୁ ନେଇ ପରଫ୍ୟୁମ ପର୍ଯ୍ୟନ୍ତ ବିଶେଷକରି ପରଫ୍ୟୁମର ବ୍ୟବହାର ଦ୍ୱାରା ଆମ ଶରୀରରେ ଅଧିକ ମାତ୍ରାରେ କେମିକାଲ ପ୍ରବେଶ କରିଥାଏ । ଖରାଦିନେ ଶରୀରକୁ ଦୁର୍ଗନ୍ଧରୁ ମୁକ୍ତ ରଖିବା ପାଇଁ ପରଫ୍ୟୁମର ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସମସ୍ୟା ଛିଡା କରିଥାଏ । ଏହାକୁ ବ୍ୟବହାର କଲାବେଳେ ସତର୍କତା ରଖିବା ଆବଶ୍ୟକ । ପରଫ୍ୟୁମ ଚର୍ମରେ ପଡିଲେ ଚର୍ମ ରୁଖା ହେବା ସହ ରଙ୍ଗହୀନ ମଧ୍ୟ ହୋଇଯାଇଥାଏ । ଏହି ପରଫ୍ୟୁମ ଆଲାର୍ଜିର କାରଣ ମଧ୍ୟ ହୋଇଥାଏ । ପରଫ୍ୟୁମରେ ଥିବା ଆଲୁମିନିୟମ, ଆଲକୋହଲ, କୃତ୍ରିମ ସୁଗନ୍ଧ ଏବଂ ଅନ୍ୟ ରାସାୟନିକ ପଦାର୍ଥ ଆଲାର୍ଜି ହେବାର କାରଣ ଅଟେ ।

ପରଫ୍ୟୁମ ବ୍ୟବହାର କଲାବେଳେ ଧ୍ୟାନ ରଖିବେ ଯଦି ଆପଣଙ୍କ ସେନସିଟିଭି ସ୍କିନ ହୋଇଥାଏ ତେବେ ବହୁ ସତର୍କତାର ସହ ପରଫ୍ୟୁମ ବ୍ୟବହାର କରନ୍ତୁ । ଯଦି ଆପଣ ପରଫ୍ୟୁମକୁ ସିଧାସଳଖ ଶରୀରରେ ଲଗାଉଛନ୍ତି ତେବେ ଚର୍ମ କୁଣ୍ଟେଇହେବା ସହ ରୁଖା ମଧ୍ୟ ଦେଖାଯାଇଥାଏ । ତେବେ ସଙ୍ଗେ ସଙ୍ଗେ ଏହାକୁ ବନ୍ଦ କରି ନାଚୁରାଲ ପ୍ରକାରର ପରଫ୍ୟୁମକୁ ଲଗାନ୍ତୁ । ଏହାର ବ୍ୟବହାର ଦ୍ୱାରା ଚର୍ମ ସୁରକ୍ଷିତ ରହିଥାଏ । ଏବଂ ଆଲର୍ଜିର ସମସ୍ୟା ମଧ୍ୟ ଦେଖାଯାଇନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।