You are currently viewing ଜାଣନ୍ତୁ ଅଧିକାଂଶ ସମୟ ଅଣ୍ଟାରେ ଯନ୍ତ୍ରଣା ହୁଏ କାହିଁକି?

ଜାଣନ୍ତୁ ଅଧିକାଂଶ ସମୟ ଅଣ୍ଟାରେ ଯନ୍ତ୍ରଣା ହୁଏ କାହିଁକି?

ସାଧାରଣତଃ ଅଣ୍ଟା ବିନ୍ଧା ହେବାର ଅନେକ କାରଣ ଥାଏ । ବିଶେଷ କରି ଶରୀରରେ ପୃଷ୍ଟିକର ଖାଦ୍ୟର ଅଭାବ ଥିଲେ  ଏପରି ସମସ୍ୟା ଦେଖାଯାଇଥାଏ । ବିଶେଷ କରି କ୍ୟାଲସିୟମର ଅଭାବରେ ଏହା ହୋଇଥାଏ । ଏହାଛଡା ଆହୁରି ଅନେକ କାରଣ ମଧ୍ୟ ରହିଛି । ଏନେଇ ଯଦି ଆପଣ ଉଚିତ ସମୟରେ ଏହାର ଚିକିତ୍ସା ନ କରିବେ ତେବେ ଏହା ଆହୁରି ଚିନ୍ତାର କାରଣ ହୋଇପାରେ ।  ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଅଣ୍ଟା ବ୍ୟଥା ହେବାର କାରଣ କଣ?

୧-କୌଣସି ପ୍ରକାରର ଇନ୍‌ଫେ୍‌କସନରୁ ମଧ୍ୟ ଅଣ୍ଟା ବ୍ୟଥା ହୋଇଥାଏ ।
୨-  ଯଦି ଆପଣଙ୍କର ମେରୁଦଣ୍ଡର ସମସ୍ୟା ଅଛି ତେବେ ଏହା ମଧ୍ୟ ଆପଣଙ୍କ ଅଣ୍ଟା ବ୍ୟଥାର ସମସ୍ୟା ହୋଇପାରେ ।
୩- ସେହିଭଳି ଅଧିକ ଓଜନଦାର ଜିନିଷ ଉଠାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇପାରେ ।

୪- ଯଦି ଆପଣଙ୍କୁ  ଆଣ୍ଠୁ ଗଣ୍ଠିର ସମସ୍ୟା ଅଛି ତେବେ  ଏହା ମଧ୍ୟ ଅଣ୍ଟା ବ୍ୟଥାର ଏକ କାରଣ ହୋଇପାରେ ।
  ୫- ଏହା ଛଡା ଯଦି ନିଦ ସହ ଜଡିତ କିଛି ସମସ୍ୟା ଅଛି ତେବେ ମଧ୍ୟ  ଅଣ୍ଟା ବ୍ୟଥାର ସମସ୍ୟା ଦେଖାଯାଇଥାଏ ।
ତେବେ ଆସନ୍ତୁ ଜାଣିବା ଏହାର ପ୍ରତିକାର : 

ଅଣ୍ଟା ବିନ୍ଧା ହେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକ । ଆପଣ ଚାହିଁଲେ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ହଟ ପ୍ୟାଡର ସେକ ମଧ୍ୟ ନେଇପାରିବେ ।  ଏହାଛଡା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ  ଯୋଗ ଓ ବ୍ୟାୟାମର ସାହାର୍ଯ୍ୟ ମଧ୍ୟ ନେଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।