You are currently viewing ଶୀତଦିନରେ ବ୍ୟବହାର କରନ୍ତୁ ସୋରିଷ ତେଲ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନରେ ବ୍ୟବହାର କରନ୍ତୁ ସୋରିଷ ତେଲ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଶୀତଋତୁରେ ଫ୍ଲୁ, ଭାଇରଲ ଜ୍ୱର, ସ୍କିନ ଡିଜିଜ ଇତ୍ୟାଦି ଉତ୍ପନ୍ନ ହୋଇଥାଏ l ଏହି ସମୟରେ ପ୍ରତ୍ୟେକ ଘରେ ବ୍ୟବହୃତ ହେଉଥିବା ସୋରିଷତେଲ ଖୁବ ପ୍ରଭାବୀ ହୋଇଥାଏl ଏହାର ବ୍ୟବହାର ଦ୍ୱାରା କେବଳ ସାମାନ୍ୟ ରୋଗ ନୁହେଁ ଗମ୍ଭୀର ରୋଗରୁ ମଧ୍ୟ ଆରାମ ମିଳିଥାଏ l ଉଷୁମ ସୋରିଷ ତେଲକୁ ଶରୀରରେ ମାଲିସ କରିବା ଦ୍ୱାରା ବ୍ଲଡ଼ ଶେର୍କୁଲେସନ ଉନ୍ନତ ହୋଇଥାଏ l

  • ସୋରିଷ ତେଲରେ ରହିଥିବା ଓ଼ମେଗା 3 ଫ୍ୟାଟି ଏସିଡ ସହ ଓ଼ମେଗା 6 ଫ୍ୟାଟି ଏସିଡ, ପୋଲି ଆନସାଚୁରେଟେଡ଼ ଫ୍ୟାଟ, ଭିଟାମିନ ଇ ଓ ମିନେରାଲସ ଭଳି ପୋଷାକ ତତ୍ୱ ମିଳିଥାଏ l ଯାହାକି ଅନେକ ପ୍ରକାର ରୋଗ ପାଇଁ ଖୁବ ଲାଭଦାୟକ ଅଟେ l ଶୀତଋତୁରେ ସୋରିଷ ତେଲ ଗୋଟିଏ ଔଷଧି ଭଳି କାର୍ଯ୍ୟ କରିଥାଏ l ଏହା ଆମ ଶରୀର ପାଇଁ ସାମାନ୍ୟ ରୋଗ ଠାରୁ ନେଇ ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏl
  • ଶୀତଋତୁରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ l ଏହି ସମୟରେ ସୋରିଷ ତେଲ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏl ଯଦି ଆପଣ ଥଣ୍ଡା ଦିନରେ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହେଉଛନ୍ତି ତେବେ ସୋରିଷ ତେଲରେ ଲବଙ୍ଗ ଓ ତେଜପତ୍ର ପକାଇ ମାଲିସ କରନ୍ତୁ l ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏl
  • ଶୀତଋତୁରେ ଥଣ୍ଡା କାଶ ସମସ୍ୟା ଦେଖିବାକୁ ମିଳିଥାଏ l ଏହାଦ୍ୱାରା ସୋରିଷ ତେଲ ମାଲିସ କରିବା ଦ୍ୱାରା ଛାତିରେ ଜମା ହୋଇଥିବା କଫ ସମସ୍ୟା ଦୂର ହୋଇଥାଏ l ଏହାଦ୍ୱାରା ଜମି ଥିବା କଫ ମଧ୍ୟ ବାହାରି ଯାଇଥାଏ l ନାକ ବନ୍ଦ ହେଉଥିଲେ ଗରମାପାଣିରେ ସୋରିଷ ତେଲ ପକାଇ ବାମ୍ଫ ନେବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ l
  • ସୋରିଷ ତେଲରେ କିଛି ରସୁଣ ପାଖୁଡା ପକାଇ ଭଲରେ ନିଆଁରେ ଗରମ କରି ନିଅନ୍ତୁ l ଏହାପରେ ଶୀତଋତୁ ସାରା ଏହି ତେଲକୁ ମାଲିସ କରିବା ଦ୍ୱାରା ସର୍ଦି କାଶରୁ ଆରାମ ମିଳିଥାଏ l
  • ସୋରିଷ ତେଲରେ ଥିବା ଓ଼ମେଗା 3ଫ୍ୟାଟି ଏସିଡ ହାର୍ଟ ପାଇଁ ଖୁବ ହିତକର ହୋଇଥାଏ l ଏହା ହାର୍ଟ ସମ୍ବନ୍ଧୀୟ ସମସ୍ୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଥାଏl ତେଣୁ ସୋରିଷ ତେଲରେ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକl
  • ସୋରିଷ ରାଶିରେ ଥିବା ଡାଏଟ୍ରି ପ୍ରୋଟିନ ଓ ଆତ୍ମନୋ ଏସିଡ ପିଲାଙ୍କର ହାଡ଼ର ବିକାଶ କରାଇଥାଆନ୍ତି l ଏହାଛଡା ମାଂସପେଶୀ ପାଇଁ ମଧ୍ୟ ଖୁବ ହିତକର ହୋଇଥାଏ l
ଅନ୍ୟମାନଙ୍କୁ ଜଣାନ୍ତୁ।