You are currently viewing ଶୀତ ଦିନେ ଖଜୁରୀ ଖାଇବାର ଉପକାରୀତା

ଶୀତ ଦିନେ ଖଜୁରୀ ଖାଇବାର ଉପକାରୀତା

ଆମେ ସମସ୍ତଙ୍କୁ ଡ୍ରାଏ ଫ୍ରୁଟସ୍  ଖାଇବାକୁ  ପସନ୍ଦ କରିଥାଉ। ସେଥି ମଧ୍ୟରୁ ଖଜୁରୀ  ଅନ୍ୟତମ। ଖଜୁରୀ ଆମ ଶରୀରକୁ ସୁସ୍ଥ ଏବଂ ମଜବୁତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶୀତଦିନେରେ ଥଣ୍ଡା,କାଶ, ଜ୍ୱର  ,ଗଳା ସଂକ୍ରମଣଆଦି ସାଧାରଣ ସମସ୍ୟା ଦେଖାଯାଇଥାଏ।  ଏଥିପାଇଁ ଶୀତଦିନେ ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ବହୁ ସୁଫଳ ମିଳିଥାଏ।  ତେବେ ଆସନ୍ତୁ ଜାଣିବା ଶୀତ ଦିନେ ଖଜୁରୀ ଖାଇବା ଦ୍ୱାରା ଆମର କଣ ଉପକାରୀତା  ହୋଇଥାଏ ?

୧. ଶୀତଦିନେ ଆର୍ଥରାଇଟିସର ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଖଜୁରୀ ଖାଇଲେଏଥିରୁ ମୁକ୍ତି ମିଳିଥାଏ। ପକ୍ଷାଘାତ ଏବଂ ଛାତି ଯନ୍ତ୍ରଣାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ।

୨. ଖଜୁରୀରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଭାବେଖଜୁରୀ ଖାଇଲେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ। ଖଜୁରୀ ହେମୋଗ୍ଲୋବିନ୍ ବଢ଼ାଇଥାଏ। ଗର୍ଭବତୀମହିଳାଙ୍କ ପାଇଁ ଏହା ବହୁ ଲାଭଦାୟକ ହୋଇଥାଏ। ଏଥିରେ ଲୈାହ,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍,ଫସଫରସ୍  ଏବଂ ସେଲିନିୟମରେ ଗଢ଼ା ଖଜୁରୀ ଗର୍ଭବତୀମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ।

୩. ଖଜୁରୀରେ ଫାଇବର,ପ୍ରୋଟିନ୍ ଅଧିକ ମାତ୍ରାରଳେ ରହିଥାଏ ଯାହା ଦ୍ୱାରା କୋଷ୍ଠକାଠିନ୍ୟର ସମସ୍ୟା ଦୂର ହୋଇଥାଏ। ରାତିରେ ଶୋଇବା ପୂର୍ବରୁ କିଛି ଖଜୁରୀ ପାଣିରେ ବତୁରାଇଦିଅନ୍ତୁ ଏବଂ ସକାଳେ ଉଠି ଖାଆନ୍ତୁ। ଖଜୁରୀ ଖାଇବା ଦ୍ୱାରା ସ୍ଥଳାନ୍ତ୍ରକୁ ବଳ ଏବଂ ଶରୀରକୁ ଫୂର୍ତ୍ତିମିଳିଥାଏ। ଏହା ଛଡ଼ା ଖଜୁରୀରେ ଥିବା ବିଶିଷ୍ଟ ତତ୍ତ୍ବ ଏପରି ଜୀବାଣୁକୁ ଜନ୍ମ ଦେଇଥାନ୍ତି ଯେଉଁଗୁଡ଼ିକସ୍ଥଳାନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ସକ୍ରିୟ କରିଥାନ୍ତି।

୪. ଖଜୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯାହା ଦ୍ୱାରା ଶୀତଦିନେ ଜ୍ୱର ,ଥଣ୍ଡା ହେବ ନାହିଁ। ଏହା ଶ୍ୱାସ ରୋଗ ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ। ଯଦି ଆପଣଙ୍କୁଥଣ୍ଡା କାଶ ହୋଇଥାଏ ତେବେ ଗୋଟିଏ ଗିଲାସ କ୍ଷୀରରେ ୫/୬ଟି ଖଜୁରୀ ପକାଇ ସେଥିରେ ୫ଟି ଗୋଲମରିଚଦାନା,ଗୋଟିଏ ଅଳେଇଚ ଏବଂ ଗୋଟିଏ ଚାମଚ ଘିଅ ପକାଇ ଭଲଭାବେ ଫୁଟାଇଦିଅନ୍ତୁ। ଏହାକୁ ରାତିରେ ଶୋଇବାପୂର୍ବରୁ ପିଇଲେ ଥଣ୍ଡା କାଶରୁ ମୁକ୍ତି ମିଳିଥାଏ। ଶ୍ୱାସ  ରୋଗରେ ଶୁଣ୍ଠି ଚୂର୍ଣ୍ଣରେ ଖଜୁରୀ ମିଶାଇପାଣି ସହ ପିଇଲେ ଲାଭ ମିଳିଥାଏ।

୫.ଏଥିରେ ପେଣ୍ଟୋଥେନିକ୍ ଏସିଡ ରହିଥାଏ ଯାହା ଦ୍ୱାରା ମୃତ କୋଷଗୁଡ଼ିକ ବାହାରିଯାଇଥାଏ ଏବଂ ତ୍ବଚାର ଚମକ ବଢ଼ିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।