You are currently viewing ଡାଳିମ୍ବ ଚୋପାର ଔଷଧୀୟ ଗୁଣ

ଡାଳିମ୍ବ ଚୋପାର ଔଷଧୀୟ ଗୁଣ

ଡାଳିମ୍ବ ଖାଇବା ପାଇଁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ସେତିକି ମଧ୍ୟ ଉପକାରୀ।  ଶରୀରରେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆମେ ଡାଳିମ୍ବ ମଞ୍ଜି ଖାଇଥାଉ। ସେହିପରି ଡାଳିମ୍ବ ମଞ୍ଜି ଭଳି ଚୋପାରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି।ଏହାର ଚୋପାରେ ଥିବା ଆଣ୍ଟିଏକ୍ସିଡ଼େଣ୍ଟ ପାଚନ ପକ୍ରିୟା ସକ୍ରିୟ କରିଥାଏ । ଏହା ସହ କର୍କଟ ସହ ଶରୀରର ବିଭିନ୍ନ ରୋଗ ସମସ୍ୟା ଦୂର କରିଥାଏ । ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ପୋଷକ ରହିଥାଏ । ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଚୋପାର ଉପକାରିତା ।

-ସକାଳେ ସନ୍ଧ୍ୟା ସମୟରେ ଦୈନିକ ଉଷୁମ ପାଣି ସହ ଡ଼ାଲିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

-ପ୍ରତି ଦିନ  ଡାଳିମ୍ବ ଚୋପା ସେବନ ଦ୍ୱାରା  ତ୍ୱଚାର ଉଜ୍ୱଳତା ରହିବା ସହ ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଆଦି ହୋଇନଥାଏ । ଏଥି ସହ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ଼ ଶକ୍ତ ହୋଇଥାଏ ।

-ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥିଲେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣି ସହ ଏକ ଚାମଚ ଡ଼ାଲିମ୍ ଚୋପା ଗୁଣ୍ଡ ସେବନ କରନ୍ତୁ । ଏହା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ । ଡ଼ାଏରିଆ ବା ପେଟ ଖରାପ ସମୟରେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

– ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ରହିଥାଏ ଯାହା ହୃଦଜନିତ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।