You are currently viewing ଶୀତଦିନରେ ସ୍କିନ ଡ୍ରାଏ ହେଇଯାଉଛି କି ? ଆପଣାନ୍ତୁ ଏହି ଉପାୟ

ଶୀତଦିନରେ ସ୍କିନ ଡ୍ରାଏ ହେଇଯାଉଛି କି ? ଆପଣାନ୍ତୁ ଏହି ଉପାୟ

ଶୀତଦିନରେ କିଛି ଲୋକଙ୍କର ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ । ବିଶେଷ କରି ଶୀତଦିନରେ ମହିଳା ମାନଙ୍କ କ୍ଷେତ୍ରରେ ମୁହଁ, ଗୋଡ, ହାତ ଫାଟିବା ଭଳି ସମସ୍ୟା ଦେଖାଯାଇଥାଏ। କାରଣ ଶୀତଦିନରେ ସ୍କିନ ଡ୍ରାଏ ହୋଇଯାଏ ଯାହା କାରଣରୁ ସ୍କିନ ଫାଟିଥାଏ। ତେବେ ଏମିତି କିଛି ଉପାୟ ରହିଛି, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ….

ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

  • ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ। କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇଥାଏ। ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଇର ଖିର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ। ଏହାପରେ ଗାଧାନ୍ତୁ ଦେଖିବେ ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ସଫା ହେଇଯିବ।
  • ସେହିପରି ଦହି ଓ ମୁଲତାନୀ ମାଟିକୁ ସଂଗ୍ରହ କରନ୍ତୁ ଓ ତାକୁ ମିଶାଇ ପେଷ୍ଟ ବନେଇ ନିଅନ୍ତୁ। ଗାଧୋଇବାର ଅଧଘଣ୍ଟା ପୁର୍ବରୁ ତାକୁ ଶରୀରରେ ଲଗାଇ ମାଲିସ୍ କରନ୍ତୁ ଓ ଗାଧୋଇ ପଡ଼ନ୍ତୁ । ଏହାଦ୍ୱାରା ଶରୀର କୋମଳ ରହିବ।
  • ବେସନ ଓ ମଲାଇକୁ ମିଶାଇ ତାର ମଧ୍ୟ ଏକ ପେଷ୍ଟ ବନେଇ ନିଅନ୍ତୁ। ତାହାକୁ ଭଲ ଭାବେ ତ୍ଵଚାରେ ମାଲିସ୍ କରି ଅଧଘଣ୍ଟା ପରେ ଗାଧୋଇ ପଡନ୍ତୁ।
  • ସେହିପରି ମଶୁର ଡ଼ାଲିକୁ ପାଉଡ଼ର ବନାଇ ତାକୁ ମହୁ ସହ ମିଶେଇ ରଖନ୍ତୁ। ଗାଧୋଇବା ସମୟରେ ତାକୁ ଶରୀରରେ ଲଗାଇ ଗାଧୋଇ ପଡନ୍ତୁ। ଏହିସବୁ ଉପାୟ ଅବଳମ୍ବନ କଲେ ଆପଣଙ୍କ ତ୍ୱଚା ଶୀତ ଦିନେ କୋମଳ ରହିବ ଏବଂ ସାବୁନର ଆବଶ୍ୟକତା ପଡ଼ିବନି।

 

ଅନ୍ୟମାନଙ୍କୁ ଜଣାନ୍ତୁ।