tooth-pain

ଦାନ୍ତ ସେନସିଟିଭିଟି ପାଇଁ ଅତ୍ୟଧିକ କଷ୍ଟ ପାଉଛନ୍ତି କି? ଆପଣାନ୍ତୁ ଏହି ଉପଚାର 

ପ୍ରାୟତଃ ଲୋକମାନେ ଶୀତ ଦିନକୁ ଖୁବ ପସନ୍ଦ କରିଥାନ୍ତି | କିନ୍ତୁ ଏହି ଋତୁରେ ଥଣ୍ଡା ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଯାଇଥାଏ | ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତର ସେନସିଟିଭିଟି । ଶୀତ ଦିନେ ଯେଉଁମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ସେମାନଙ୍କ ପାଇଁ ଗରମ କିମ୍ବା ଥଣ୍ଡା କିଛି ବି ଖାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ବାରମ୍ବାର ଦାନ୍ତରେ କଷ୍ଟ ମଧ୍ୟ ହୋଇଥାଏ । ଏପରି ହେବାର ଅନେକ କାରଣ ରହିଛି, ଯେପରି କ୍ୟାଲସିୟମ ଅଭାବ, ବ୍ୟାକ୍‌ଟେରିଆଲ ଇନ୍‌ଫେକ୍ସନ୍‌ ଏବଂ ଦାନ୍ତ ମୂଳ ଦୁର୍ବଳ ହେତୁ ଦାନ୍ତ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ଦାନ୍ତ ସମସ୍ୟାରେ ପିଡିତ ଅଛନ୍ତି, ତାହେଲେ ଆମେ ଆଜି ଆପଣଙ୍କୁ ଏହି ଯନ୍ତ୍ରଣାରୁ ବଞ୍ଚିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ। ଯାହାକୁ ବ୍ୟବହାର କରି ଆପଣା ଏହି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ।

ଲବଙ୍ଗର ଉପକାରିତା :
ଆପଣଙ୍କ ରୋଷେଇ ଘରେ ଥିବା ଏହି ଛୋଟ ମସଲା ତୁରନ୍ତ ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ। ଦାନ୍ତ ପାଇଁ ଲବଙ୍ଗ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ତାହେଲେ ଏକ ଲବଙ୍ଗ ନେଇ ଦାନ୍ତର ସେହି ପାଟ୍‌ରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ।

ଲୁଣ ଏବଂ ଗରମ ପାଣି ବ୍ୟବହାର କରନ୍ତୁ :
ଲୁଣ ଏବଂ ଉଷୁମ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ମଧ୍ୟ ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ। ଏଥିପାଇଁ ଗୋଟିଏ ଗ୍ଲାସ ପାଣି ଗରମ କରନ୍ତୁ ଏବଂ ସେଥିରେ ଅଧା ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହି ପାଣିକୁ ପାଟିରେ କିଛି ସମୟ ରଖି କୁଳି କରନ୍ତୁ, ଦେଖିବେ ୧୦ ରୁ ୧୫ ମିନିଟ୍‌ ମଧ୍ୟରେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ।

ଦାନ୍ତ ଯନ୍ତ୍ରଣା ପାଇଁ ଲିମ୍ବ ପାଣି ଆରମ ଦାୟକ ହୋଇଥାଏ :
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲିମ୍ବ ପାଣି ଲାଭଦାୟକ ହୋଇଥାଏ | ଲିମ୍ବପାତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ | ଏଥିପାଇଁ ଆପଣ ଲିମ୍ବ ପତ୍ରକୁ ପାଣିରେ ମିଶାନ୍ତୁ ଏବଂ ତାପରେ ସେହି ପାଣିକୁ ଭଲ ଭାବରେ ଫୁଟାନ୍ତୁ । ପାଣି ଫୁଟିବା ପରେ ଏହି ପାଣିରେ ପାଟିକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଏସବୁ ବ୍ୟତୀତ ପ୍ରତି ୬ ମାସରେ ଦନ୍ତ ଚିକିତ୍ସକଙ୍କୁ ନିଜ ଦାନ୍ତକୁ ଦେଖାଇବା ମଧ୍ୟ ଜରୁରୀ ହୋଇଥାଏ । ଯଦି ଆପଣଙ୍କର ଦାନ୍ତ ଅଧିକ ସେନସିଟିଭିଟି ତେବେ ଆପଣ ଏଥିପାଇଁ ଏକ ଭିନ୍ନ ଟୁଥପେଷ୍ଟ ବ୍ୟବହାର କରନ୍ତୁ। ଏଥିସହ ନରମ ବ୍ରଶ୍ ମଧ୍ୟ ବ୍ୟବହାର କରନ୍ତୁ, ଏହା ଆପଣଙ୍କ ଦାନ୍ତକୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ରଖିବ । 

ଅନ୍ୟମାନଙ୍କୁ ଜଣାନ୍ତୁ।