You are currently viewing ପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ 

ପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ 

ପ୍ରାୟ ସମସ୍ତେ ଚାହାନ୍ତି ଯେ ତାଙ୍କ ତ୍ବଚାରେ ସବୁବେଳେ ଚମକ ରହୁ। ହେଲେ ବଦଳୁଥିବା ଋତୁର ପ୍ରଭାବରେ ଆମ ତ୍ବଚାର ନମନୀୟତା ନଷ୍ଟ ହୋଇଥାଏ। ଫଳରେ ସୁନ୍ଦର ଚେହେରା ସ୍ଵପ୍ନ ପାଲଟିଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣେଇଲେ ଆପଣଙ୍କ ଚେହେରା ଜହ୍ନ ପରି ଚମକିବ। 

ପାଣି ପିଅନ୍ତୁ:

ଅନେକ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପରେ ମଧ୍ୟ ଆପଣଙ୍କ ଚେହେରାରେ କ୍ଳାନ୍ତ ପଣ ଦେଖାଯାଏ। ତେଣୁ ଯଦି ଆପଣ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କ ତ୍ବଚାରେ ଏକ ପ୍ରାକୃତିକ ଚମକ ଚାହୁଁଛନ୍ତି, ତେବେ ଆପଣଙ୍କୁ ରାତିରେ ବହୁତ ଛୋଟ କାମ କରିବାକୁ ପଡ଼ିବ । ପ୍ରତ୍ୟେକଦିନ ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।

ଗାଜର ଖାଆନ୍ତୁ:

ଖାଦ୍ୟରେ ଗାଜରକୁ ସାମିଲ କରନ୍ତୁ । ଏଥିରେ ଭିଟାମିନ୍ କେ, ସି, ଇ, ଏ ଏବଂ ବି ପ୍ରଚୁର ପରିମାଣରେ ରହିଥାଏ। ଯାହାଫଳରେ ଏହାକୁ ଖାଇଲେ ଚର୍ମରେ ଥିବା ମୃତ କୋଷଗୁଡିକ ଦୂର ହୋଇଯାଏ।

ହଳଦି କ୍ଷୀର ପିଅନ୍ତୁ:

ପ୍ରତ୍ୟେକ ରାତିରେ ଶୋଇବା ପୂର୍ବରୁ ହଳଦି କ୍ଷୀର ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତ ସଫା କରି ଦେଇଥାଏ। ଏହାକୁ ନିୟମିତ ପିଇବା ଦ୍ଵାରା ସ୍କିନ୍ରେ ଗ୍ଲୋ ଆସିଥାଏ।

କ୍ଷୀର ଲଗାନ୍ତୁ:

କ୍ଷୀର ଆମ ଶରୀରକୁ ପୋଷକ ତତ୍ତ୍ଵ ଯୋଗାଇବା ସହ ଏଥ‌ିରେ ଥ‌ିବା ଲାକ୍ଟିକ ଏସିଡ୍ ଆମ ଚିହେରାରେକୁ ଉଜ୍ଜଳ କରିଥାଏ। ଅଳ୍ପ କଞ୍ଚା କ୍ଷୀରରେ ମହୁ ମି ଶାଅ ଏହାକୁ ମୁହଁରେ ଫେସପ୍ୟାକପରି ଲଗାନ୍ତୁ । ୧୫ ମିନିଟ୍ ପରେ ଧୋଇଦିଅନ୍ତୁ । ଏହାଦ୍ଵାରା ବ୍ରଣର ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଥାଏ।

ଆଭୋକାଡୋ ଖାଆନ୍ତୁ:

ତ୍ଵଚା ପାଇଁ ଆଭୋକାଡୋ ହେଉଛି ସର୍ବୋତ୍ତମ ଖାଦ୍ୟ, କାରଣ ଏହା ତ୍ବଚାକୁ ସୁସ୍ଥ ଏବଂ ଚିକ୍କଣ ରଖୁବାରେ ସାହାଯ୍ୟ କରେ। ଏଥୁରୁ ଅନେକ ପ୍ରକାରର ପ୍ରାକୃତିକ ଫେସ୍ ? ପ୍ୟାକ୍ ଏବଂ ତି ଆରି କରାଯାଇପାରିବ। କେବଳ ଏତିକି ନୁହେଁ, ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ସାମିଲ୍ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।