You are currently viewing ଥାନାରେ ଜୀବନ ହାରିଲେ ମହିଳା…

ଥାନାରେ ଜୀବନ ହାରିଲେ ମହିଳା…

  • Post category:ଓଡିଶା
  • Reading time:1 mins read

ମାଲକାନଗିରି : ଅବକାରୀ ଥାନାରେ ମହିଳାଙ୍କ ଆତ୍ମହତ୍ୟା । ମାଲକାନାଗିରି ଜିଲ୍ଲା ମାଥିଲି ଅବକାରୀ ଥାନାରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛିି । ସୁଚନାଅନୁସାରେ କମଳାପଦର ନିକଟରେ ଗଂଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ ପୋଲିସ ସନ୍ଦେହରେ ମହିଳାଙ୍କୁ ଯାଂଚ କରିଥିଲେ । ମହିଳାଙ୍କ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଗଂଜେଇ ସହ ସଂପୃକ୍ତ ମହିଳାଙ୍କୁ ମାଥିଲି ସ୍ଥିତ ଅବକାରୀ ଥାନାକୁ ଆଣିଥିଲେ । ତେବେ ରାତି ହୋଇଯାଇଥିବାରୁ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇ ପାରିନଥିଲା । ପରେ ସକାଳୁ ମହିଳା ଓଢ଼ଣୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳାଙ୍କୁ ସଙ୍ଗେସଙ୍ଗେ ମାଥିଲି ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।