You are currently viewing ଦୁର୍ଘଟଣାକୁ ବିତିଲାଣି ମାସେ, ତଥାପି ଆଖିରୁ ଶୁଖୁନି ଲୁହ…

ଦୁର୍ଘଟଣାକୁ ବିତିଲାଣି ମାସେ, ତଥାପି ଆଖିରୁ ଶୁଖୁନି ଲୁହ…

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର : ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣା ହୁଏତ କେହି କେବେ ଭୁଲିପାରିବେ ନାହିଁ । ଦୁର୍ଘଟଣାରେ ନିଜ ଲୋକଙ୍କୁ ହରାଇଥିବା ପରିବାର ଆଖିରୁ ଆଜି ବି ଲୁହ ଶୁଖିନି । ଆଉ ଆଜି ବି ଲୋମଟାଙ୍କୁରାଦୃଶ୍ୟକୁ ଭୁଲିନାହାନ୍ତି ପ୍ରତ୍ୟେକ୍ଷଦର୍ଶୀ । ଏହାରି ଭିତରେ ମାସେ ପୁରିଲାଣି ଦୁର୍ଘଟଣାକୁ । ଅର୍ଥାତ ଆଜକୁ ଠିକ୍ ମାସେ ପୂର୍ବରୁ ଜୁନ ୨ ତାରିଖ ଶୁକ୍ରବାର ରାତିରେ ଘଟିଯାଇଥିଲା ଛାତିକୁ ଥରାଇଦେଲା ଭଳି ଦୁର୍ଘଟଣା । ସବୁଦିନ ଭଳି ସେଦିନରେ ଟ୍ରାକରେ ଗଡୁଥିଲା ଟ୍ରେନ । ରେଳ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଅଗ୍ରସର ହେଉଥିଲେ । ହେଲେ ଅଚାନକ କେଇ ମିନିଟରେ କରମଣ୍ଡଳ କାଳମଣ୍ଡଳ ହୋଇ ସବୁକିଛି ଛାରଖାର କରିଦେଲା । କେହିକିଛି ବୁଝିବା ଆଗରୁ ବଂଚାଅ ବଂଚାଅ ଚିତ୍କାରରେ ଫାଟିପଡିଲା ପୁରା ଅଂଚଳ । ଉଦ୍ଧାରକାରୀ ଟିମ୍ ପଂହଚିବା ପୂର୍ବରୁ ଦେବଦୂତ ସାଜି ପଂହଚିଥିଲେ ସ୍ଥାନୀୟ ଲୋକେ । ସେହିମାନଙ୍କ ଭିତରୁ ଛିନଛତ୍ର ଓ ଭିଷଣ କ୍ଷତିଗ୍ରସ୍ତ ବଗି ଉପରେ ଚଢ଼ି ଆହତଙ୍କୁ ମେଡିକାଲରେ ପଂହଚାଉଥିଲେ । ବାଲେଶ୍ୱରବାସୀଙ୍କ ସହୋଯୋଗକୁ ସାରା ବିଶ୍ୱ ପ୍ରଶଂସା କରାଯାଇଥିଲା । ହେଲେ ସେଦିନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୩ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସେହି ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଛି । ମାସେ ପରେ ବି ମନରୁ ଲିଭିନି ସେ କାଳରାତିର ଭୟାନକ ଦୃଶ୍ୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।