You are currently viewing ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଗଞ୍ଜାମ ପାଇଁ ଆଉ ୨୫କୋଟି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଗଞ୍ଜାମ ପାଇଁ ଆଉ ୨୫କୋଟି

କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କରୋନାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନା ନିପାତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ୨୫କୋଟି ଟଙ୍କା ଦିଆଯିବ । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲାକୁ ଅଧିକ ଡାକ୍ତର ଓ ଆମ୍ବୁଲାନ୍ସ ପଠାଯିବ ।
ସେହିପରି ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ମଧ୍ୟ ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।