You are currently viewing ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣାରେ  ୨୮ ଗିରଫ

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣାରେ ୨୮ ଗିରଫ

ଯାଜପୁର (ଏଏନଏସ)୧୯.୦୨.୨୦୨୨, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁରରେ ହୋଇଥିବା ହିଂସାରେ ପୋଲିସ ଆଉ ୯ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ଗତକାଲି ଦଶରଥପୁର ବ୍ଲକରେ ତିନି ଜଣ ହିଂସା ସୃଷ୍ଟି କରୁଥିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ କହିଛି। ସେହିଭଳି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଧର୍ମଶାଳ ବ୍ଲକର ଅରାବଳ ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ହିଂସାରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ଚଢାଉ କରି ତିନି ଜଣଙ୍କୁ ଧର୍ମଶାଳା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏଥି ସହିତ ଯାଜପୁରରେ ନିର୍ବାଚନୀ ହିଂସାରେ ଗିରଫ ସଂଖ୍ୟା ୨୮ରେ ପହଁଞ୍ଚିଛି । ନିର୍ବାଚନରେ ବୁଥ୍ ଦଖଲ ଓ ହିଂସାକାଣ୍ଡ ଘଟଣା ବର୍ତ୍ତମାନ ସୁଦ୍ଧା ୨୮ ଅଭିଯୁକ୍ତ ଗିରଫ ହୋଇଥିବା ଯାଜପୁର SP ରାହୁଲ ପିଆର୍ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।