You are currently viewing ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ

ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ

କେନ୍ଦ୍ରାପଡ଼ା : ସରକାରୀ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ନିଜ ସାନଭାଇର ସ୍ତ୍ରୀକୁ ଫସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କଲେ ମହିଳା । ଘଟଣା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଦେଉଳପଡାର ଶିକ୍ଷକ ଆଦିତ୍ୟ ବେହେରା ନିଜ ସାନଭାଇର ସ୍ତ୍ରୀଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ତାଙ୍କ ଭାଇବୋହୁ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଭାଇବୋହୂ ରାଜି ନହେଲେ ତାଙ୍କୁ ଜମିବାଡିରୁ ଭାଗ ଦେବେନି ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି । ଏହାସହ ମହିଳାଙ୍କୁ ଟଙ୍କାର ଲୋଭ ମଧ୍ୟ ଦେଖାଉଥିଲେ ଶିକ୍ଷକ ଜଣକ । ନିଜ ଭାଇ ଘରେ ନଥିବା ବେଳେ ଭାଇବୋହୂଙ୍କୁ ଏଭଳି ଘୃଣ୍ୟ କାମ କରିବାକୁ ବାଧ୍ୟ କରୁଥିଲେ ଶିକ୍ଷକ ଆଦିତ୍ୟ ବେହେରା । ତେବେ ଏନେଇ ମହିଳାଜଣକ ମହାକାଳପଡା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।