You are currently viewing ଏଣିକି ‘୧୧୨’ ଡାଏଲ କଲେ ମିଳିବ ସମସ୍ତ ଜରୁରୀ ସେବା

ଏଣିକି ‘୧୧୨’ ଡାଏଲ କଲେ ମିଳିବ ସମସ୍ତ ଜରୁରୀ ସେବା

ଭୁବନେଶ୍ୱର-୧୬.୦୮.୨୦୨୧ , ଏଣିକି ୧୧୨ରେ ମିଳିପାରିବ ସମସ୍ତ ଜରୁରୀକାଳୀନ ସେବା । ଆଗରୁ ୧୦୦ ଡାଏଲ କଲେ ପୋଲିସ ସେବା ମିଳିପାରୁଥିଲା । ୧୦୦ ବଦଳରେ ୧୧୨ ହେଲ୍ପ ଲାଇନ୍ ଡାଏଲ କଲେ ସମସ୍ତ ସେବା ଉପଲବ୍ଧ ହେବ । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଭୁବନେଶ୍ବରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି । ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି ‘ସରାଇ’ ଆପ୍ । ପ୍ରତିଦିନ ଆସୁଥିବା ଗ୍ରାହକ ତଥ୍ୟ ଓ ବିବରଣୀ ‘ସରାଇ’ ଆପ୍ ରେ ଦେବାକୁ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍ ରେ ପଞ୍ଜୀକୃତ ହେବ । ଆଧାରକାର୍ଡ ସହ ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପ୍ ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯାହାଦ୍ବାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।