You are currently viewing ୧୨ ଘଣ୍ଟା ବରଗଡ ବନ୍ଦ

୧୨ ଘଣ୍ଟା ବରଗଡ ବନ୍ଦ

  • Post category:ଓଡିଶା
  • Reading time:1 mins read

ବରଗଡ(ଏଏନଏସ)୩୦/୦୭, ବରଗଡ ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଏହା ପାଳନ କରିବାକୁ ଆହ୍ୱାନ ଦିଆଯାଇଛି । ବରଗଡ ବିକାଶ ଫାଷ୍ଟ ଷ୍ଟେପର ଛାତ୍ର ଆଦିତ୍ୟରାଜଙ୍କ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଖବରରୁ ପ୍ରକାଶ ଯେ ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଘଟଣାକୁ ନେଇ ଅଭିଭାବକ ମାନେ ପ୍ରତିବାଦ କରୁଥିବା ସମୟରେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ବରଗଡ ସହରର ଦୋକାନ ବଜାର,ସରକାରୀ ବେସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସଚେତନ ନାଗରିକ କମିଟିର ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ,ବରଗଡ ସାମ୍ବାଦିକ ସଂଘ, ବରଗଡ ଜିଳ୍ଲା ଓକିଲ ସଂଘ ଓ ଅଭିଭାବକ ସଂଘ ସମେତ ବିଭିନ୍ନ ସଂଘଠନ ସମର୍ଥନ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।