You are currently viewing ଚାଷୀଙ୍କୁ ଫସଲ ବୀମା ପ୍ରଦାନ ନେଇ ୧୨ଘଣ୍ଟିଆ ଦେବଗଡ଼ ବନ୍ଦ

ଚାଷୀଙ୍କୁ ଫସଲ ବୀମା ପ୍ରଦାନ ନେଇ ୧୨ଘଣ୍ଟିଆ ଦେବଗଡ଼ ବନ୍ଦ

  • Post category:ଓଡିଶା
  • Reading time:1 mins read

ଦେବଗଡ଼: ଆଜି୧୨ ଘଣ୍ଟିଆ ଦେବଗଡ଼। ସୂଚନାଯୋଗ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ  ଏହି ବନ୍ଦ ପାଳିତ ହେଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ ବୋଲି ଜଣାଯାଇଛି। ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘର ଆହ୍ବାନକ୍ରମେ ଏହି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଜିଲ୍ଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମରମଙ୍କ ନେତୃତ୍ୱରେ ବହୁ ଚାଷୀ ଆଜି ସକାଳ ୬ଟାରେ ନୀଳବେଣୀ ସାହିସ୍ଥିତ ବାଇପାସ୍ ଛକ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହା ଫଳରେ ଶତାଧିକ ଗାଡ଼ି ଅଟକି ରହିଛି ।  ବର୍ତ୍ତମାନ ସୁଦ୍ଧା କୌଣସି ଯୋଗ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ କରାଯାଇଥିବାବେଳେ ଦେବଗଡ଼ ଜିଲ୍ଲାର ଚାଷୀ ଏପର୍ଯ୍ୟନ୍ତ ବୀମା ରାଶିରୁ ବଞ୍ଚିତ ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରିବାକୁ କୃଷକ ସଂଘର୍ଷ ସଂଘ ପକ୍ଷରୁ ଗତ ୧୦ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହାପରେ ବି ଚାଷୀଙ୍କୁ  ସେମାନଙ୍କର କ୍ଷତିପୂରଣ ରାଶି ମିଳିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।