You are currently viewing ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ

ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ

ସୁନ୍ଦରଗଡ଼(ଏଏନଏସ) ୦୯.୧୧.୨୦୨୧, ସୁନ୍ଦରଗଡ଼ ଟାଉନ ଥାନା ହସ୍ପିଟାଲ ରୋଡ଼ ସ୍ଥିତ ଏକ୍ସିସ୍ ବ୍ୟାଙ୍କରେ ବନ୍ଧୁକ ମୁନରେ ପାଖାପାଖି ୧୫ଲକ୍ଷ ଟଙ୍କା ଲୁଟିନେଲା ଦୁର୍ବୃତ୍ତ । ଲୁଟ କରି  ଫେରାର ହେଉଥିବା ବେଳେ ଲୁଟେରା ସହ ପୁଲିସ୍‌ର ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଲୁଟେରା ଆହତ ହୋଇଛନ୍ତି । ବର୍ତ୍ତମାନ  ଲୁଟେରା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଲୁଟେରା ପାଖରୁ ବନ୍ଧୁକ ଓ ଲୁଟ୍ ଟଙ୍କା ଜବତ ହୋଇଛି। ଘଟଣା ସ୍ଥଳରେ ଟାଉନ୍‌ ଥାନା ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।