You are currently viewing ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ

ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର, ପ୍ରସାଦ ଅମୃତ ହୋଇଥାଏ । କିନ୍ତୁ ପୂଜା ଭୋଗ ଖାଇ କେହି ଅସୁସ୍ଥ ହୋଇପଡିବାର ଶୁଣିଛନ୍ତି କି ? ଏଭଳି ଏକ ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ । ଯେଉଁଠାରେ ପୂଜାଭୋଗ ଖାଇ ୧୫୦ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି । ପ୍ରସାଦ ଖାଇବାର ୩ ଘଣ୍ଟା ପରେ ଝାଡାବାନ୍ତି ହୋଇଥିଲା । ସମସ୍ତ ଅସୁସ୍ଥଙ୍କୁ ବାଲେଶ୍ୱର, ପାଉଁଶକୁଲି ଓ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗିଲାଯୋଡ଼ି ଗାଁରେ ଦୁଇ ଦିନ ଧରି ଭଗବତୀ ପୂଜା ହେଉଥିଲା। ତେବେ ପ୍ରସାଦ ଖାଇବାର ୩ରୁ ୪ ଘଣ୍ଟା ପରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ତେବେ ଅସୁସ୍ଥଙ୍କ ମଧ୍ୟରେ ୭୦ ଜଣ ଛୋଟ ପିଲାଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।