You are currently viewing ଆଜି ରାଜ୍ୟରୁ ୧୫୪ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୧୫୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୫୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୬୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୧୦, ବାଲେଶ୍ୱର ୧୧, ବରଗଡ଼ ୯, ଭଦ୍ରକ ୮ ବଲାଙ୍ଗୀର ୩, ବୌଧ ୧, କଟକ ୯, ଢେ଼ଙ୍କାନାଳ ୧, ଗଜପତି ୩, ଜଗତସିଂହପୁର ୫, ଯାଜପୁର ୬, ଝାରସୁଗୁଡା ୬ , କେନ୍ଦ୍ରାପଡା ୧, କେଉଁଝର ୫, ଖୋର୍ଦ୍ଧା ୧୨, ନୟାଗଡ ୧, ନୂଆପଡା ୪, ପୁରୀ ୧୮, ସମ୍ବଲପୁର ୧୯, ସୋନପୁର ୨, ସୁନ୍ଦରଗଡ ୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୪୦୨୦, ସୁସ୍ଥ ସଂଖ୍ୟା ୩୩୦୫୪୫, ସମୁଦାୟ ସକ୍ରିୟ ସଂଖ୍ୟା ୧୫୧୯, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୨୪ ।

ଅନ୍ୟମାନଙ୍କୁ ଜଣାନ୍ତୁ।