You are currently viewing ଲାଞ୍ଚ ଦିଅ ଆବାସଗୃହ ଯୋଜନା ନିଅ

ଲାଞ୍ଚ ଦିଅ ଆବାସଗୃହ ଯୋଜନା ନିଅ

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରିରେ ଆବାସ ଯୋଜନାରେ ବହୁ ଅନୀୟମିତତା ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ପ୍ରକୃତ ହିତାଧିକାରୀ ପାଇ ପାରୁନାହାଁନ୍ତି ଖଣ୍ଡେ ଆବାସ ଗୃହ । ଖଣ୍ଡତିରି ଗ୍ରାମର ଧନେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ବାରମ୍ବାର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ ହେଁ, ଏଯାବତ୍ କୌଣସି ଫଳ ମିଳିନାହିଁ ।

ଜିଲ୍ଲାରେ ଆବାସ ଗୃହ ନେବା ପାଇଁ ହିତାଧିକାରୀମାନଙ୍କଠାରୁ ଟଙ୍କା ଆଦାୟ ହେଉଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ତା ସହିତ ଯିଏ ଟଙ୍କା ଦେଲା, ସେ ଘର ପାଇଲା । ଏପରିସ୍ଥଳେ ରାଜ୍ୟସରକାରଙ୍କ ଯୋଜନାଗୁଡ଼ିକ କାହା ହିତରେ କାର୍ଯ୍ୟକାରୀ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।