You are currently viewing ରାଜ୍ୟରେ ଖାଲି ରହିଛି ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ

ରାଜ୍ୟରେ ଖାଲି ରହିଛି ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ରହିଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍କୁଲରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ୨୫୬୨ ହାଇସ୍କୁଲ ଓ ୧୦୦ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନାଗାର ଅଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନାଗାର ନିର୍ମାଣ ପାଇଁ ଯୋଜନା ରହିଛି । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା ପାଇଁ ଟଙ୍କା ଯୋଗାଇ ଦିଆଯାଇଛି ।ପୋଷ୍ୟ ସ୍କୁଲ ଜରିଆରେ ୧୦୦ ଓ ସିଏସଆର ପାଣ୍ଠିରେ ୮୧୯ଟି ବିଜ୍ଞାନାଗାର ହେବ । ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନାଗାର ପ୍ରତିଷ୍ଠା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।