You are currently viewing ରସିକିଆ ଡାକ୍ତରଙ୍କର ୧୪ ନୁହେଁ ୧୭ ସ୍ତ୍ରୀ

ରସିକିଆ ଡାକ୍ତରଙ୍କର ୧୪ ନୁହେଁ ୧୭ ସ୍ତ୍ରୀ

ଭୁବନେଶ୍ୱର (ଏଏନଏସ)୧୬.୦୨.୨୦୨୨, ରସିକିଆ ଡାକ୍ତରଙ୍କ ୧୭ଜଣ ସ୍ତ୍ରୀ । ପୂର୍ବରୁ ୧୪ ଜଣ ସ୍ତ୍ରୀଙ୍କ ବିଷୟରେ ଜଣା ପଡିଥିବାବେଳେ ଆଜି ଆଉ ୩ ସ୍ତ୍ରୀ ଥିବା ଜଣାପଡ଼ିଛି । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ବିବାହ କରିଥିବା ସୂଚନା ମିଳିଛି । ଏହାବ୍ୟତୀତ ଛାତ୍ରଙ୍କୁ MBBSରେ ସିଟ୍ ଦେବାକୁ କହି ସେ ଲକ୍ଷାଧିକ ଟଙ୍କା ଠକିଛନ୍ତି । ତେବେ ନକଲି ଡାକ୍ତରଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଟିମ୍ ଗଠନ କରାଯାଇଛି । ମହିଳା ଥାନା IIC, ୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ପୋଲିସ । ନକଲି ଡାକ୍ତରଙ୍କ ମୋବାଇଲ ଫୋନ୍ ଫୋରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।