You are currently viewing ପୁରୀରୁ ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀରୁ ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ(ଏଏନଏସ)୨୦/୦୧:  ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ ପାଲଟିଥିବା ବେଳେ ଆଜି ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି। ଏହା ସହ ସେମାନଙ୍କ ଠାରୁ  ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରାଯାଇଛି। ବ୍ରାଉନସୁଗାର କାରବାରର ଏହି ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର ସୁବାଷ କୁମାର ଦାସ, ୱାଟର ୱାର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା। ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।