You are currently viewing ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର(ଏଏନଏସ)୧୭.୦୧.୨୦୨୨, ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ । ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ  ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ରାଜ୍ୟର ୬୭୯୫ ପଞ୍ଚାୟତ ସମିତି ୮୩୫ ଜିଲ୍ଲା ପରିଷଦ ଜୋନ, ୬୭୯୪ ସମିତି ସଦସ୍ୟ ଓ ୯୧,୯୧୩ ୱାର୍ଡ ମେମ୍ବର ପଦବୀ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୱାର୍ଡ ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ, ସମିତି ସଭ୍ୟ ବ୍ଲକ କାର୍ଯାଳୟରେ ନାମାଙ୍କନ ଦାଖଲ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ  । ସେହିପରି ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୬, ୨୭, ୨୮ରେ ହେବ ଭୋଟ ଗଣତି ।

ଅନ୍ୟମାନଙ୍କୁ ଜଣାନ୍ତୁ।