You are currently viewing ପାଳିତ ହୋଇଯାଇଛି ମଧୁସୂଦନ ଦାସଙ୍କ୧୭୪ ତମ ଜୟନ୍ତୀ

ପାଳିତ ହୋଇଯାଇଛି ମଧୁସୂଦନ ଦାସଙ୍କ୧୭୪ ତମ ଜୟନ୍ତୀ

  • Post category:ଓଡିଶା
  • Reading time:1 mins read

ଭଞ୍ଜନଗର(ଏ ଏନ ଏସ)୨୯/୦୪, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ସ୍ଥାନୀୟ ନାୟକ ଭବନ ଠାରେ ଗତକାଲି ସନ୍ଧ୍ୟା ରେ ପାଳିତ ହୋଇଯାଇଛି. ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ ଙ୍କ ଆବାହକତ୍ଵ ରେ ଓ ଲଡ଼ୁକିଶୋର ପ୍ରଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ସର୍ବଶ୍ରୀ ହରେକୃଷ୍ଣ ସାହୁ, ବିଜୟ କୁମାର ବେହେରା, ରଘୁନାଥ ପାତ୍ର, କୃଷ୍ଣ ଚନ୍ଦ୍ର, ପାଣିଗ୍ରାହୀ, ଆଡ଼ଭୋକେଟ ପଞ୍ଚାନନ ମିଶ୍ର, ଜ୍ୟୋତି ରାଜ ପତି, ଦୀନବନ୍ଧୁ ପ୍ରଧାନ, ପ୍ରଶାନ୍ତ ଡିଗାଲ (ବୁଲୁ )ନୀଳ ମଣି ବେହେରା, ବାବୁଲା ପାଣିଗ୍ରାହୀ, ଗନ୍ଧର୍ବ ଡାକୁଆ, ସୁଧୀର ନାୟକ ଓ଼ଗେର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ. ଆବାହକ ଶ୍ରୀଯୁକ୍ତ ନାୟକ ପଗଡି ପୁରୁଷ ମଧୁସୂଦନ ଙ୍କ ପୂର୍ବସୁରୀ ମାନେ କିପରି ଖୋର୍ଦ୍ଧା ସଂନିକଟ ରାଧିପୁର ମୁକାମ ବାସୀ ଥିଲେ ବର୍ଣନା କରିଥିଲେ. ସେମାନେ ମଲ୍ଲ ସାଇଙ୍ଗା ଧାରୀ ଖଣ୍ଡାୟତ ବର୍ଗ ର ଥିଲେ ବୋଲି ସେ ପ୍ରକାଶ କରିଥିଲେ. ହରେକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

ଅନ୍ୟମାନଙ୍କୁ ଜଣାନ୍ତୁ।