You are currently viewing ଔଷଧ ସାମଗ୍ରୀର କଳାବଜାରି ରୋକିବ ୨୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ

ଔଷଧ ସାମଗ୍ରୀର କଳାବଜାରି ରୋକିବ ୨୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ

ଭୁବନେଶ୍ୱର-୧୯.୦୪.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ବଢ଼ିବା ସହ ଜରୁରୀ ଔଷଧ ଏବଂ ସ୍ୱାସ୍ଥ୍ୟ ସାମଗ୍ରୀର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧର ଘୋର ଅଭାବ ଦେଖାଦେଉଛି । ଏଭଳି ସଙ୍ଗୀନ ମୁହୁର୍ତ୍ତରେ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ତେବେ ସମଗ୍ର ରାଜ୍ୟ ପାଇଁ ୨୩ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ସେଥିମଧ୍ୟରୁ କଟକ ଓ ଭୁବନେଶ୍ୱରରେ କଳାବଜାର ରୋକିବା ପାଇଁ ୭ ଟି ସ୍କ୍ୱାର୍ଡ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାର୍ଡ ରହିଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।