You are currently viewing କୃଷି କ୍ଷେତ୍ରକୁ ୨୪ ହଜାର ୮୨୯ କୋଟି

କୃଷି କ୍ଷେତ୍ରକୁ ୨୪ ହଜାର ୮୨୯ କୋଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୪/୦୨, ବିଧାନସଭାରେ ୨୦୨୩-୨୪ ବଜେଟକୁ ଉପସ୍ଥାପିତ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷକଙ୍କ ପାଇଁ ବଜେଟ୍‌ରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । କୃଷି ବଜେଟ ପାଇଁ ଅଟକଳ ମୂଲ୍ୟ ରହିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି  । ଏହି ଯୋଜନାରେ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି  । ରାଜ୍ୟ ଫସଲ ଉତ୍ପାଦନ କ୍ଷେତ୍ରରେ OUAT ର ଭୂମିକା ଉଲ୍ଲେଖନୀୟ  । ଶିକ୍ଷା ଓ ଭିତ୍ତିଭୁମି ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  । ଚାଷୀଙ୍କ ଆୟ ବୃଦ୍ଧି ସାଙ୍ଗକୁ ଉଦ୍ୟାନ କୃଷି ମଧ୍ୟ କୃଷକଙ୍କୁ ସଶକ୍ତ କରିଛି  । ଉଦ୍ୟାନ କୃଷି ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ।

ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଜାତିସଂଘ ଦ୍ୱାରା ପ୍ରଶଂସିତ
କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ
ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ
କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ
ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କା
ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ
କୃଷି କ୍ଷେତ୍ରରେ ମହିଳା SHGଙ୍କୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ
କୃଷି କ୍ଷେତ୍ରରେ ମହିଳା SHGଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି ଖର୍ଚ୍ଚ ହେବ
ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି
ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବୟ
ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି
ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି
୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି
ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି
ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି
ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ
ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି
କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି
ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ
ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି
ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି

ଅନ୍ୟମାନଙ୍କୁ ଜଣାନ୍ତୁ।