You are currently viewing ୨୪ ଘଣ୍ଟାରେ ୨୪,୮୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
Coronavirus. COVID-19. 3D Render

୨୪ ଘଣ୍ଟାରେ ୨୪,୮୮୨ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଦେଶରେ ୨୪ ଘଣ୍ଟାରେ ୨୪ ହଜାର ୮୮୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮ କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୪୦ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୨,୦୨,୦୨୨,ସୁସ୍ଥ ସଂଖ୍ୟା ୧,୦୯,୭୩,୨୬୦ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।